Jump to content

ବିଣ୍ଡା

ଉଇକିଅଭିଧାନ‌ରୁ

ବିଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡ)

[ସମ୍ପାଦନା]
୧. ପିଣ୍ଡୁଳୀ; ପିଣ୍ଡାକାର ବସ୍ତୁ; ଗୁଟିକା; ଗୋଟାଳା —୧. Something rolled into a ball.
୨. ଅଟା, ମଇଦାଆଦି ଗୋଟା ବାନ୍ଧି ଯାଇ ପ୍ରସ୍ତୁତ ହୋଇଥିବା ପିଣ୍ଡୂଳୀ ବା ଗୋଟାଳୀ —୨. Flour etc rolled into a ball.
୩. ଗାତରେ ବା ଛିଦ୍ରରେ ମୁହଁ ବନ୍ଦ କରିବା ପାଇଁ ମରାଯିବା କନାଆଦିରେ ପିଣ୍ଡୁଳା — ୩. Plugs made by rolling rags
୪. କନ୍ଦୁକ;ଛୋଟ ପେଣ୍ଡୁ —୪. Small ball;
୫. ଲୁଣ୍ଡା; ଶୁଖିଲା ଘାସ ବା କୁଟାଆଦି ଗୁଡ଼ାଇ କରାଯାଇ ଥିବା ପିଣ୍ଡା୘ୃତି ଆଧାର ବିଶେଷ (ଯହିଁରେ ନିଆଁ ରଖି କୁହୁଳା ପକାଇବାକୁ ହୁଏ) — ୫. Hay or straw etc rolled into a ball for igniting fire.

(ଉ—ଅଗ୍ନି ଖଣ୍ଡେ ତୃଣାବିଣ୍ଡାରେ ସେ ଲଦିଲେ କୃଷ୍ଣସିଂହ. ମହାଭାରତ ବନ )

===ପ୍ରାଦେଶିକ -

(ସିଂହଭୂମି) ବିଶେଷ୍ୟ - (ତୁଳ ଏହି ଅର୍ଥରେ ବଙ୍ଗାଳୀ - ବୀଡ଼ା) ===

ବୋଝିଆମାନଙ୍କର ବୋଝ ମୁଣ୍ଡାଇବା ପାଇଁ ମୁଣ୍ଡଉପରେ ରଖିବା ପତ୍ରଆଦିର ମୁଚୁଳା —A circlet or cushion of leaves etc used by porters on the head to carry loads on.

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ -

[ସମ୍ପାଦନା]
୧. ଶକ୍ତି ହୋଇ ବନ୍ଧା ହୋଇଥିବା ଗୋଛା —୧. A bundle tied up tighty.
୨. ବୋତଲ ଇତ୍ୟାଦିର ଠିପି —୨. Cork or stopper for a bottle etc.
୩. ମୁହଁରେ ମରାଯିବା ଠିପି —୩. A gag or plug or wisp to stop the mouth.