Jump to content

ବିଣ୍ଡି

ଉଇକିଅଭିଧାନ‌ରୁ

ବିଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଣ୍ଡା (ଦେଖ) - —୧. Biṇḍā (See)
୨. କୁମ୍ଭାରମାନେ ବାଆଁ ହାତରେ ଯେଉଁ ଗୋଟାଳିଆ ପଥରଖଣ୍ଡ ହାଣ୍ଡିରେ ତଳପାଖରେ ଧରି ହାଣ୍ଡିର ଉପରପାଖକୁ ଡାହାଣ ହାତରେ ପିଟଣାରେ ପିଟନ୍ତି —୨. A round piece of stone held by a potter in the left hand inside a pot while hammering it on the outside with the right hand.
୩. ଚର୍ମାଚ୍ଛାଦିତ ମାଂସଗୁଟିକା; ଦେହରେ ଚମ ଉପରେ ହେବା ଘର୍ଷଣଜନିତ ପିଣ୍ଡାକୃତି କର୍କଶ ମାଂସବୃଦ୍ଧି —୩. Hard skin formed or parts of the body due to constant friction of those parts; corn; calluse; clavus; bunion.

(ଉ—ବିଣ୍ଡି ହେଲା ମୁଣ୍ଡ ପଡ଼ି ଗୋଡ଼ ତଳେ, ଗଉଡ଼ ନ ହେଲେ ଖଞ୍ଜ ଭିକାରୀ— ସାଆନିଆ ବାହା)

[ଦ୍ରଷ୍ଟବ୍ୟ —ଜୋତା ପିନ୍ଧିବାଦ୍ୱାରା ଗୋଡ଼ର ଆଙ୍ଗୁଠି ଆଦି ଉପରେ, ସବାରି ଓ ଭାର ବୋହିବାଦ୍ୱାରା କାନ୍ଧରେ ଏବଂ ବୋଝବେହିବା ଯୋଗୁଁ ବୋଝିଆଙ୍କ ମୁଣ୍ଡରେ ବିଣ୍ଡି ବସିଯାଏ ଏହା ଦୁଇପ୍ରକାର ଗୋଟିଏ ପ୍ରକାର ବିଣ୍ଡି ଅତ୍ୟନ୍ତ ଯନ୍ତ୍ରଣା ଦିଏ ଏବଂ ଅନ୍ୟ ପ୍ରକାର ବିଣ୍ଡରେ କୌଣସି କଷ୍ଟ ହୁଏ ନାହିଁ]

୪. ଧାନ ବିଲ ବାଛିବା ବେଳେ ଯେଉଁ ଘାସଆଦି କିଆରିରୁ ଓପାଡ଼ି ହାତରେ ବିଣ୍ଡା ମଳି ଭୂଇଁତଳେ ମାଡ଼ିଦେବାକୁ ହୁଏ (ଯାହା ସଢ଼ିଗଲେ ଭୂମିକୁ ଉର୍ବର କରେ) —୪. Weeds uprooted from a paddy field and rolled into a ball and thrust into the ground.

(ଉ—ଫଗୁଣଗୁଣ୍ଡି ଭୋଦୁଅବିଣ୍ଡି କୃଷିବଚନ)