Jump to content

ବିଦାରୀ

ଉଇକିଅଭିଧାନ‌ରୁ

ବିଦାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବି+ଦୃ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ. ବୈଦ୍ୟକ) ===

ଗଳନାଳୀର ଶ୍ଲୈଷ୍ମିକ ପ୍ରବାହ (ରୋଗ); ଶରଦି ଯୋଗୁଁ ଗଳାରେ କଫ ଜମି ଗଳା ଚିରି ହେବାପରି ଜଣାଯିବା ରୋଗ —୧. Phlegmonous pharyngites.

[ଦ୍ରଷ୍ଟବ୍ୟ —ଏହା ୧୮: ପ୍ରକାର କଣ୍ଠ ରୋଗମଧ୍ୟରୁ ଏକତମ—ହିନ୍ଦୀ - ଶ.]

୨. (ବିଦାର+ସ୍ତ୍ରୀ. ଈ) ଭୂମି କୁଷ୍ମାଣ୍ଡ; ଭୂଇଁ କଖାରୁ —୨. Ipomœa Paniculata.
୩. ଶତପୂର୍ଣ୍ଣ; ଶାଳପର୍ଣ୍ଣୀ —୩. Desmodium Gangeticum (medicinal plant).
୪. କ୍ଷୀରକାକୋଳୀ (ହିନ୍ଦୀ - ଶ.) (ଦେଖ) - —୪. Kshīrakākoḻī (See)
(ବିଦାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିଦାରଣକାରୀ —lacerating; piercing.

[ଉ—ଜୟ ଦୁଷ୍ଟ ହିରଣ୍ୟକଶିପୁ—ବିଦାରୀ; କୃଷ୍ଣ— ସିଂହ. ମହାଭାରତ. ବିରାଟ]

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ]