ବିଦୁର ଘର ଖୁଦ
ଦେଖଣା
ବିଦୁର ଘର ଖୁଦ
ଉଚ୍ଚାରଣ
[ସମ୍ପାଦନା]ବିଦୁର ଘର ଖୁଦଯାଉ, ବିଦୁର ଘର ଶାଗ, ବିଦୁର ଘର ଶାଗଭାଜିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବିଦୁର ଘର ଖୁଦ
|
ଦେଶଜ - ପ୍ରବଚନ
[ସମ୍ପାଦନା]ଦିନେ ଶ୍ରୀକୃଷ୍ଣ ହସ୍ତିନାପୁରକୁ ଆସିଥିଲେ ସେ ଅଧର୍ମପରାୟଣ କୁରୁରାଜ ଦୁର୍ଯ୍ୟୋଧନଙ୍କର ପ୍ରଦତ୍ତ ରାଜଭୋଗ ଓ ଘୃତାନ୍ନ ଗ୍ରହଣ ନ କରି ଶ୍ରଦ୍ଧା ଭକ୍ତି ସମନ୍ୱିତ, ଧାର୍ମିକପ୍ରବର ଅଥଚ ଦରିଦ୍ର ବିଦୁରଙ୍କ ଘରେ ପହଞ୍ଚି ତାହାଙ୍କ ପ୍ରଦତ୍ତ ଖୁଦଯାଉ ଓ ଶାକାନ୍ନ ଖାଇଥିବା କଥିତ ଅତଏବ ଅଶ୍ରଦ୍ଧାପ୍ରଦତ୍ତ ଘୃତାନ୍ନ ଅପେକ୍ଷା ଶ୍ରଦ୍ଧାପ୍ରଦତ୍ତ ଶାକାନ୍ନ ଉପାଦେୟ ଏହି ଉପଦେଶ ଶ୍ରୀକୃଷ୍ଣ ଏତଦ୍ଦ୍ୱାରା ଜଗତକୁ ଦେଇଅଛନ୍ତି କେହି ଧନୀବ୍ୟକ୍ତି ସ୍ନେହବନ୍ଧନ ଯୋଗୁଁ କୌଣସି ଗରିବ ବନ୍ଧୁ ଘରେ ଆତିଥ୍ୟ ଗ୍ରହଣ କଲେ ଗରିବ ବନ୍ଧୁ ଏ ଉପମାସୂଚକ ବାକ୍ୟ ପ୍ରୟୋଗ କରନ୍ତି —A proverb meaning,-Preferring a poor dinner at a poor man's house, which is accompained with affection, to a delicious dish in a rich man's house when unattened with attachment.