Jump to content

ବିଦୂଷକ

ଉଇକିଅଭିଧାନ‌ରୁ

ବିଦୂଷକ

ଉଚ୍ଚାରଣ

[ସମ୍ପାଦନା]
(ବିଦୂଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ଦୂଷ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିନ୍ଦକ —୧. Reproaching.
୨. ଅପବାଦ ଦେବା (ବ୍ୟକ୍ତି) —୨. Defaming (Person.)
୩. କାମୁକ —. Lascivious.
୪. ଲମ୍ପଟ — ୪. Adulterous; dissolute.
୫. ନିନ୍ଦାଜନକ; କୁତ୍ସାତ୍ମକ —୫. Defamatory.
୬. ଖଳ — ୬. Wicked; wanton.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭାଣ୍ଡ — ୧. A fool; buffoon; clown.
୨. ନାଟକରେ ନାୟକର ମନୋରଞ୍ଜନକାରୀ ନଟବିଶେଷ —୨. A jester in a drama.

[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ ପ୍ରାୟ ସବୁ ଦେଶର ରାଜା ଓ ବଡ଼ଲୋକଙ୍କ ସଭାରେ ଏବଂ ନାଟକରେ ରାଜା ଆଦିଙ୍କର ଓ ଶ୍ରୋତୃବର୍ଗଙ୍କ ମନୋରଞ୍ଜନାର୍ଥ ବିଦୂଷକ ଦୃଷ୍ଟ ହୁଅନ୍ତି ଏ ଅନେକ ପ୍ରକାର ହାସ୍ୟରସ, କୌତୁକ ଓ ପରିହାସରେ ପଟୁ ସାହିତ୍ୟ ଦର୍ପଣ ମତରେ ବିଦୁଷକ କୌଶଳକ୍ରମେ ଲୋକଙ୍କୁ ହସାଏ, ଲୋକଙ୍କ ମଧ୍ୟରେ କଳି ଲଗାଇ ଦିଏ, ଆପଣା ଉଦରପୂର୍ତ୍ତି ଓ ସ୍ୱାର୍ଥ ସାଧନ ପାଇଁ ସର୍ବଦା ଲାଳାୟିତ ହୁଏ ଓ ମାନିନୀ ନାୟିକାର ମାନଭଞ୍ଜନରେ ନାୟକର ସହାୟ ହୁଏ— ହିନ୍ଦୀ - ଶ ]

୩. ରାଜା ମହାରାଜାଙ୍କ ମନୋରଞ୍ଜନକାରୀ ସହଚର; ବୟସ୍ୟ —୩. A jester in the court of a king.
୪. କାବ୍ୟୋକ୍ତି ୪ ପ୍ରକାର ନାୟକ ମଧ୍ୟରୁ ହାସ୍ୟରସିକ ନାୟକ —୪. A class of
heroes in romance; a witty hero of romance.

[ଦ୍ରଷ୍ଟବ୍ୟ — ଏ ଆପଣା କୌତୁକ ଓ ପରିହାସ ଯୋଗୁଁ କାମକେଳି ରସଦାୟକ ହୁଏ ହିନ୍ଦୀ - ଶ]