ବିନା
ଦେଖଣା
ବିନା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିନୋଦବିହାରୀର ଡାକ ନାମ — Name for calling Binodabihārī.
ବିନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅଭାବରେ —୧. In the avsence of; for want of.
- ୨. ବ୍ୟତୀତ; ବ୍ୟତିରେକେ — ୨. Without.
- ୩. ଭିନ୍ନ; ଛଡ଼ା —୩. Except; besides.
[ଦ୍ରଷ୍ଟବ୍ୟ —ସଂସ୍କୃତ -ରେ ଯେଉଁ ଶବ୍ଦ 'ବିନା' ଶବ୍ଦ ସଙ୍ଗେ ଲାଗେ ତାହାର ତୃତୀୟା ବିଭକ୍ତ ହୁଏ, କିନ୍ତୁ ଓଡ଼ିଆରେ
୬ଷ୍ଠୀ ବିଭକ୍ତ ହୁଏ ଯଥା—ତାଙ୍କ ବିନା ମୋର ଅନ୍ୟ ଗତି ନାହିଁ ବିଶେଷ୍ୟ ସଙ୍ଗେ 'ବିନା' ଶବ୍ଦ ଲାଗିଲେ ବିଭକ୍ତ ଦିଆ ନ ଗଲେ ମଧ୍ୟ ଚଳେ; ଯଥା—ପଇସାବିନା ମୁଁ ଭାରି ଦହଗଞ୍ଜ ହେଲେଣୀ ଆଉ ମଧ୍ୟ ଓଡ଼ିଆରେ ବାକ୍ୟ ପୂରଣାର୍ଥ ନଞର୍ଥ କ୍ରିୟା ସଙ୍ଗେ ଏହି 'ବିନା' ଶବ୍ଦ ବ୍ୟବହୃତ ହୁଏ; ଯଥା—ସେ ବିନା ନ ଖାଇଲେ ଏଠାରୁ ଉଠିବ ନାହିଁ ଯେଉଁ ଶବ୍ଦ ସଙ୍ଗେ 'ବିନା' ବ୍ୟବହୃତ ହୁଏ ତାହା 'ବିନା' ଶବ୍ଦର ପରବର୍ତ୍ତୀ ହେଲେ ଉକ୍ତ ଶବ୍ଦର ୭ମୀ ବିଭକ୍ତ ହୁଏ; ଯଥା—ମୁଁ ବିନାପଇସାରେ ରାଜ୍ୟଯାକ ବୁଲି ଅଇଲି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗଞ୍ଜପାସାରରେ ୧ ଠାରୁ ୧ ପର୍ଯ୍ୟନ୍ତ ଟିପଚିହ୍ନଯୁକ୍ତ ଅପ୍ରଧାନ ସାର; ଦସ୍ତଖେଳର ଅପ୍ରଧାନ ସାର — ୧. The cards containing ୧ to ୧୦ points in the Gan̄japā game of cards; the inferior cards in a card game.
- ୨. ବିନୋଦ ବିହାରୀର ଅନାଦରାର୍ଥକ ଡାକ ନାମ —୨. A name for calling Binod bihārī.