Jump to content

ବିନ୍ଧ୍ୟ

ଉଇକିଅଭିଧାନ‌ରୁ

ବିନ୍ଧ୍ୟ

ଉଚ୍ଚାରଣ

[ସମ୍ପାଦନା]

ବିନ୍ଧ୍ୟଗିରି, ବିନ୍ଧ୍ୟଗିରିମାଳା, ବିନ୍ଧ୍ୟପର୍ବତ, ବିନ୍ଧ୍ୟାଚଳ, ବିନ୍ଧ୍ୟାବଳୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବି=ବିରୁଦ୍ଧ+ଧୈ ଧାତୁ=ଚିନ୍ତା କରିବା+ ଅ; ନିପାତନ ପୁରାଣମତେ ଯେ ସୂର୍ଯ୍ୟଙ୍କ ଗତିରୋଧ କରି ତାହାଙ୍କଠାରୁ ଉନ୍ନତ ହେବା ପାଇଁ ଚିନ୍ତା କରିଥିଲେ)—ଭାରତବର୍ଷରେ ମଧ୍ୟଦେଶରେ ଅବସ୍ଥିତ ଗିରିମାଳା — ୧. The Bindhya range of mountain in the middle of India.

[ଦ୍ରଷ୍ଟବ୍ୟ —ଏହା ଦାକ୍ଷିଣାତ୍ୟକୁ ଆର୍ଯ୍ୟବର୍ତ୍ତରୁ ପୃଥକ୍ କରିଅଛି ଆର୍ଯମାନେ ବିନ୍ଧ୍ୟାଚଳର ଉତ୍ତରରେ ରହୁଥିଲେ ଏବଂ ଅନାର୍ଯ୍ୟମାନେ ଦକ୍ଷିଣରେ ରହୁଥିଲେ ଏହା ପୌରାଣିକ ସପ୍ତକୁଳାଚଳ ମଧ୍ୟରୁ ଏକତମ ପୁରାଣରେ କଥିତ ଅଛି ଯେ, ବିନ୍ଧ୍ୟଗିରି ମେରୁପର୍ବତ ପ୍ରତି ଈର୍ଷାନ୍ୱିତ ହୋଇ, ସୂର୍ଯ୍ୟ ପ୍ରତିଦିନ ମେରୁକୁ ପ୍ରଦିକ୍ଷଣ କରିବା ପରି ଏ ପର୍ବତକୁ ପ୍ରତିଦିନ ପ୍ରଦିକ୍ଷଣ କରିବେ ବୋଲି ସୂର୍ଯ୍ୟଙ୍କୁ ଅନୁରୋଧ କଲେ; କିନ୍ତୁ ସୂର୍ଯ୍ୟ ସେଥିରେ ସ୍ୱୀକୃତ ନ ହେବାରୁ ସୂର୍ଯ୍ୟଙ୍କ ପଥରୋଧ କରିବା ଉଦ୍ଦେଶ୍ୟରେ ବିନ୍ଧ୍ୟଗିରି ଆକାଶକୁ ବଢ଼ିବାକୁ ଲାଗିଲେ ଏଥିରେ ଦେବତାମାନେ ଭୀତ ହୋଇ ଅଗସ୍ତ୍ୟ ଋଷିଙ୍କ ସାହାଯ୍ୟ୍ୟ ପ୍ରାର୍ଥନା କଲେ ଅଗସ୍ତ୍ୟ ବିନ୍ଧ୍ୟପର୍ବତଙ୍କ ଗୁରୁ ଥିବାରୁ ସେ ବିନ୍ଧ୍ୟ ନିକଟରେ ଉପସ୍ଥିତ ହେବାରୁ ବିନ୍ଧ୍ୟ ତାଙ୍କୁ ଦେଖି ମସ୍ତକ ନୁଆଁଇଲେ ଅଗସ୍ତ୍ୟ ବିନ୍ଧ୍ୟଙ୍କୁ କହିଲେ ଆମ୍ଭେ ଦକ୍ଷିଣଦିଗକୁ ତୀର୍ଥଯାତ୍ରା କରୁଅଛି, ତେଣୁ ଆମ୍ଭେ ଫେରି ଆସିବା ପର୍ଯ୍ୟନ୍ତ ତୁମ୍ଭେ ଏହିପରି ନତମସ୍ତକ ହୋଇ ରହି ଥାଆ ଗୁର୍ବାଦେଶ ପାଳନ କରି ବିନ୍ଧ୍ୟଗିରି ମସ୍ତକ ଅବତନ କଲେ ଅଗସ୍ତ୍ୟ ଆଉ ଦକ୍ଷିଣକୁ ଫେରି ଆସିଲେ ନାହିଁ ଓ ବିନ୍ଧ୍ୟ ସେହିଦିନରୁ ନତନସ୍ତକ ହୋଇ ରହିଲେ, ଆଉ ବଡ଼ିଲେ ନାହିଁ (Apte)]

୨. (ବ୍ୟଧ୍ ଧାତୁ+କର୍ତ୍ତୃ ଅ; ନିପାତନ)—ବ୍ୟାଧ —୩. A hunter (Apte).