Jump to content

ବିନୟ ପିଟକ

ଉଇକିଅଭିଧାନ‌ରୁ

ବିନୟ ପିଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଦି ବୌଦ୍ଧଧର୍ମଶାସ୍ତ୍ରବିଶେଷ — Name of a Buddhist scripture.

[ଦ୍ରଷ୍ଟବ୍ୟ —ବୌଦ୍ଧ ଧର୍ମଶାସ୍ତ୍ର ବା ତ୍ରିପିଟକ ପାଲୀ ଭାଷାରେ ଲିଖିତ ଏହା ୩ ଭାଗରେ ବିଭକ୍ତ; ବିନୟ ପିଟକ, ସୂତ୍ର ପିଟକ ଓ ଅଭିଧର୍ମ ପିଟକ ବିନୟ ପିଟକରେ ବୁଦ୍ଧ ଦେବଙ୍କର ଶିଷ୍ୟ ମଣ୍ଡଳିଙ୍କୁ ପ୍ରଦତ୍ତ ଭିକ୍ଷୁ ଧର୍ମର ଉପଦେଶମାନ ସଂଗୃହୀତ ହୋଇଅଛି କଥିତ ଅଛି ଯେ ବୁଦ୍ଧଦେବ ଓ ତାଙ୍କର ପ୍ରଧାନ ଶିଷ୍ୟମାନଙ୍କ ମୃତ୍ୟୁ ପରେ ବୌଦ୍ଧ ଶାସ୍ତ୍ରର ଲୋପ ହେବା ଦେଖି ଅଜାତଶତ୍ରୁଙ୍କ ରାଜତ୍ୱକାଳରେ ମହାକଶ୍ୟପ ରାଜଗୃହ ନିକଟସ୍ଥ ବୈଭାର ପର୍ବତର ସପ୍ତପର୍ଣ୍ଣୀ ଗୁମ୍ଫାରେ ୫ ସ୍ଥବିରଙ୍କୁ ନିମନ୍ତ୍ରଣ କରି ଗୋଟିଏ ସଭା କଲେ ସେହି ସଭାରେ ଉପାଳି ବୁଦ୍ଧଙ୍କ ଉପଦିଷ୍ଟ 'ବିନୟ'କୁ ପ୍ରକାଶ କଲେ ତତ୍ପରେ କେତେ ଦିନ ଅନ୍ତେ ବୈଶାଳୀରେ ଆଉ ଗୋଟିଏ ସଭା ହୋଇ ବିନୟପିଟକର ପୁନଃ ସଂଗ୍ରହ ହୋଇଥିଲା ସର୍ବଶେଷରେ ଅଶୋକଙ୍କ ରାଜତ୍ୱକାଳରେ ବିନୟପିଟକ ପୂର୍ଣ୍ଣ ରୂପେ ସଂକଳିତ ହେଲା ତ୍ରିପିଟକ ତଳେ ନୋଟ୍ ଦେଖ ହିନ୍ଦୀ - ଶ]