ବିବର୍ତ୍ତବାଦ
ଦେଖଣା
ବିବର୍ତ୍ତବାଦ
ଉଚ୍ଚାରଣ
[ସମ୍ପାଦନା](ବିବର୍ତ୍ତନବାଦ—ଅନ୍ୟରୂପ)
ସଂସ୍କୃତ - ବି—(ଆଧୁନିକ ପ୍ରୟୋଗ)
[ସମ୍ପାଦନା]- ୧. ଜୀବ ଜଗତର କ୍ରମ— ବିକାଶ ବା ଅଭିବ୍ୟକ୍ତିରୂପକ ମତବାଦ — ୧. The theory of evolution
[ ଦ୍ର—ଡାରବିନ୍ ନାମକ ଜଣେ ଇଂରେଜ ପଣ୍ତିତ ଏହି ମତ ପ୍ରତିଷ୍ଠା କରିଥିଲେ ଏହି ମତ ଅନୁସାରେ ସୃଷ୍ଟିର ଆଦ୍ୟରେ ନିକୃଷ୍ଟ ଜୀବ ସୃଷ୍ଟ ହୋଇଥିଲେ ଏବଂ ସେମାନେ କ୍ରମଶଃ ଉନ୍ନତି ଲାଭ କରି ଓ ବିକାଶପ୍ରାପ୍ତ ହୋଇ ଶେଷକୁ ମନୁଷ୍ୟ— ରୂପ ଧାରଣ କରି ଅଛନ୍ତି ସର୍ପଠାରୁ ପକ୍ଷୀ, ପକ୍ଷୀରୁ ପଶୁ, ପଶୁରୁ ବାନର ଓ ବାନରରୁ ମନୁଷ୍ୟ ଏହିପରି କ୍ରମବିକାଶ ଘଟିବା ଏହି ମତରେ ପ୍ରକାଶିତ ]
- ୨. (ବେଦାନ୍ତ ଦର୍ଶନ) ମାୟାବାଦ —୨. The theory of illusion or illusory appearance in Bedānta.
[ ଦ୍ର—ଏକ ମାତ୍ର ବ୍ରହ୍ମରୁ ପ୍ରକୃତି, ପ୍ରକୃତିରୁ ସତ୍ୱାଦି ଗୁଣ— ତ୍ରୟ ଓ ଗୁଣତ୍ରୟକୁ ଆର୍ଶୟ କରି ପ୍ରକୃତି ମାୟା ଓ ଅବିଦ୍ୟା ରୁପରେ ଦ୍ୱିଧା ବିଭକ୍ତ ହେଲାରୁ ମାୟାଶ୍ରିତ ଚୈତନ୍ୟ ଈଶ୍ୱରରୁପରେ ଓ ଅବିଦ୍ୟାଶ୍ରିତ ଚୈତନ୍ୟ ଜୀବ ରୂପରେ ପ୍ରକାଶିତ ହେଲେ ଏହି ମତ ଅନୁସାରେ ବ୍ରହ୍ମ ସତ୍ୟ ଏବଂ ଏ ଦୃଶ୍ୟମାନ ଜଗତ୍ ମିଥ୍ୟା ବୋଲି ବିବେଚିତ]