ବିଭୀଷଣ ପୁଷ୍ପ
ଦେଖଣା
ବିଭୀଷଣ ପୁଷ୍ପ
ଉଚ୍ଚାରଣ
[ସମ୍ପାଦନା](ବିଭୁଶଣ ପୁଷ୍ପ, ବିଭୁଷଣ ପୁଷ୍ପ—ଅନ୍ୟରୂପ)
ଦେଶଜ - ବି—(ସଂସ୍କୃତ - ବିଭୀଷଣ)
[ସମ୍ପାଦନା]- ୧. କାଣ୍ଡଶର ଗଛର ଫୁଲ —୧. The flower of Kāṇḍa ṡara grass.
- ୨. (ସଂସ୍କୃତ - ଶଣ) ଛଣପଟ ଫୁଲ —୨. The flower of the wild flax plant; Crotalaria.
[ଦ୍ରଷ୍ଟବ୍ୟ — ଏହାର ବର୍ଣ୍ଣ ତୋଫା ହଳଦିଆ ଥିବାରୁ କବି ବୈଦେହୀଶବିଳାସରେ ସୀତାଙ୍କ କାନ୍ତିକୁ ଏହି ପୁଷ୍ପ ସଙ୍ଗେ ତୁଳନା କରିଅଛନ୍ତିଃ—(ଯଥା—"ବିଭୀଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ" ବୈଦେହିଶବିଳାସରେ ଏହି ଶବ୍ଦର ପ୍ରୟୋଗ ସମ୍ୱନ୍ଧେ ନାନା ପ୍ରକାର ପାଠ ଓ ଅର୍ଥ ଦେଖାଯାଏଃ—(ଯଥା— ୧ ବିଭୀଷଣ ପୁଷ୍ପ—କାଣ୍ଡଶର ଗଛର ଫୁଲ ପରି ଗୌର— ବର୍ଣ୍ଣ ୨ ବିଭୁଶଣ ପୁଷ୍ପ—ହେ ପ୍ରଭୁ ! ଅର୍ଥାତ୍ ହେ ରାଜନ୍ ! ଶଣପୁଷ୍ପ ବା ଛଣପଟ ଫୁଲ ପରି ଯାହା ଦେହ ହଳଦିଆ, ୩ ବିଭୁଷଣ ପୁଷ୍ପ—ସ୍ତ୍ରୀର ସ୍ୱାମୀ ଯେପରି ଭୂଷଣ ଫୁଲର ଭ୍ରମର ସେହିପରି ଭୂଷଣ ତେଣୁ ଯେଉଁ ଫୁଲ ନିକଟକୁ ଭ୍ରମର ନ ଯାଏ ତାହା ବିଭୁଷଣ ପୁଷ୍ପ, (ଯଥା— କେତକୀ, ଚମ୍ପା ଆଦି) ସେହି ଫୁଲ ପରି ଯାହାର ବର୍ଣ୍ଣ ହଳଦିଆ୪ କେହି କେହି କହନ୍ତି—ଯାହାର (ସୀତାଙ୍କର) କାନ୍ତି ଶଣ ପୁଷ୍ପର ବିଭୁ ବା ଶ୍ରେଷ୍ଠ ଅର୍ଥାତ୍ ଶଣ ପୁଷ୍ପ ଅପେକ୍ଷା ଆହୁରି ମନୋହର ଏହା ଛଡ଼ା ଅନ୍ୟ ଅର୍ଥ ମଧ୍ୟ କରାଯାଇ ପାରେ]