ବିଭ୍ରମ
ଦେଖଣା
ବିଭ୍ରମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଭ୍ରମ୍ ଧାତୁ+ଭାବ ଅ)
[ସମ୍ପାଦନା]- ୧. ସ୍ତ୍ରୀ ମାନଙ୍କର ଶୃଙ୍ଗାରଭାବଜାତ କ୍ରିୟାବିଶେଷ (ଯଥା—ବିନା— କାରଣରେ ବସିବା ଥାନରୁ ଉଠି ଅନ୍ୟତ୍ର ଚାଲିଯିବା, ନାୟକ ବିଷୟକ କଥାସକ୍ତା ସଖୀମାନଙ୍କ ସହିତ ଆଳାପ, ଉଚ୍ଚ— ହାସ୍ୟ, କୃତ୍ରିମ କ୍ରୋଧପ୍ରକାଶ, ପୁଷ୍ପାଦି ପ୍ରାର୍ଥନା, ସହସା ବସ୍ତ୍ରାଦି ଚିରିଦେବା) —୧. Covert acts of coquetry displayed by an amorous lady, connoting attachment, though not openly indicating it; indirect amorous displays by a lady in love.
- ୨. ଲୀଳା — ୨. Sport; play; lasciviousness.
- ୩. ପ୍ରମାଦ; ଭ୍ରମ —୩. Blunder; error.
- ୪. ବିଳାସ — ୪. Pastime; enjoyment.
- ୫. ଖିଆଲ — ୫. Whim; caprice.
- ୬. ସଂଶୟ —୬. Doubt.
- ୭. ଘୂର୍ଣ୍ଣନ —୭. Whirling about; rotation.
- ୮. ପରିଭ୍ରମଣ —୮. Wandering about; roving.
- ୯. ବିଚିଡ଼ିବା; ଗୋଳମାଳ —୯. Derangement, confusion.
- ୧. ବିଜୃମ୍ଭଣ; ହାଇମାରିବା —୧୦. Yawning.
- ୧୧. ସାଦୃଶ୍ୟ —୧୧. Likeness; similitude.
- ୧୨. ଶୋଭା —୧୨. Beauyt; grace.
- ୧୩. ସ୍ମୃତି ଶକ୍ତିର ହ୍ରାସ —୧୩. Loss of memory; forgetfulness.
- ୧୪. ପ୍ରମଚିନ୍ତାଜନିତ ଅନ୍ୟମନସ୍କତା ବା ତ୍ୱରା—ପ୍ରଯୁକ୍ତ ଭୂଷଣାଦିର ଅସ୍ଥାନ ବିନ୍ୟାସ (ଯଥା—ଅଣ୍ଟାରେ ହାର ପିନ୍ଧି ପକାଇବା, ଗୋଡ଼ରେ ବାଜୁବନ୍ଧ ପିନ୍ଧିବା, ନାକରେ କଜ୍ଜଳ ଘେନିବା ଇତ୍ୟାଦି) —୧୪. Hasty misplacement of ornament or putting on ornaments in wrong places on account of absent-mindedness due to the thoughts about one's sweet-heart, or being in haste to see him or her.
- ୧୫. ମାୟାଜନିତ ଚିତ୍ତର ଭ୍ରାନ୍ତ ଅବସ୍ଥା —୧୫. Illusion; delusion.
- ୧୬. ବିଷୟାନ୍ତରରେ ମନ ଥିବା ଅବସ୍ଥା —୧୬. Absent-mindedness.
- ୧୭. ବୁଦ୍ଧି ଭ୍ରମ; ମସ୍ତିଷ୍କ ବିକୃତି — ୧୭. Derangement of the brain.
- ୧୮. ମୁଣ୍ଡ ଘୂରାଇବା —୧୮. Dezziness.
- ୧୯. ବିପଦ — ୧୯. Danger; calamity.