ବିମଳା
ଦେଖଣା
ବିମଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ପୁରୀରେ ଜଗନ୍ନାଥଙ୍କ ମନ୍ଦିରର ବେଢ଼ା ମଧ୍ୟରେ ପ୍ରତିଷ୍ଠତା ଦୁର୍ଗା ଦେବୀ —୧. The image of Durgā inside the compound of the Jagannatha temple at Puri.
[ଦ୍ରଷ୍ଟବ୍ୟ —ଏ ବିଷ୍ଣୁ ମନ୍ଦିରର ବେଢ଼ା ମଧ୍ୟରେ ଥିଲେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ସମୟରେ ଏହାଙ୍କ ନିକଟରେ ମତ୍ସ୍ୟ ବଳି ଦିଆଯାଏ ମାଛ ନରେନ୍ଦ୍ର ପୁଷ୍ପରିଣୀରୁ ଧରା ହୋଇ ଜଗନ୍ନାଥଙ୍କ ଦେଉଳର ସିଂହଦ୍ୱାର ବାଟେ ବେଢ଼ା ମଧ୍ୟକୁ ଅଣା ନ ଯାଇ ପାଚୀରର ଉପର ବାଟେ ଡ଼ିଆଇଁ କରି ଅଣାଯାଏ]
- ୨. ଚାମରକଷା; ଚମେରୀ ଗାଭୀର ଲାଙ୍ଗୁଡ଼ —୨. The tail of the Yak.
- ୩. ରୂପାର ଗିଲ୍ଟି —୩. Guilding with silver.
- ୪. ସପ୍ତଳା; ନିଆଳି (ହିନ୍ଦୀ - ଶ) —୪. A sort of Jasmine.
- ୫. କାଳିକା ପୁରାଣୋକ୍ତ ବାସୁଦେବ— ନାୟିକା ଦେବୀ ବିଶେଷ (ହିନ୍ଦୀ - ଶ.) —୫. Name of a mythological Goddess.
- ୬. ସରସ୍ୱତୀ (ହିନ୍ଦୀ - ଶ.) — ୬. The Goddess of learning.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ବିମଳର ସ୍ତ୍ରୀଲିଙ୍ଗ —Feminine of Bimaḻa.
ଦେଶଜ - ବି—ସ୍ତ୍ରୀ
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —A name given to females.