ବିରାଜିବା
ଦେଖଣା
ବିରାଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବି+ରାଜ୍ ଧାତୁ)
[ସମ୍ପାଦନା]- ୧. ଆସିବା; ବିଜେ କରିବା —୧. To come.
(ଉ—ବିଜନ ସ୍ଥଳେ ସେ ବଳେ ବିରାଜିବ କ୍ଷଣରୂଚି ଉଚିତରେ କବିସୂର୍ଯ୍ୟ କିଶୋରୀଚମ୍ପୂ ଠ ଗୀତ)
- ୨. ବିରାଜିତ ହେବା; ଝଟକିବା; ଶୋଭା ପାଇବା —୨. To shine; to look grand.
- ୩. ଉପସ୍ଥିତ ହେବା —୩. To appear;to be present.
(ଉ—ବାରିଜି ବିରାଜି ଅଛନ୍ତ ମୀନ ଭକ୍ଷଣ ପାଇ ଭଞ୍ଜ. ଲାବଣ୍ୟବତୀ) ===
- ୪. ବିଜେ କରିବା; ବସିବା —୪. To be seated.
[ଦ୍ରଷ୍ଟବ୍ୟ —ମୋ ଅଙ୍କେ ବିରାଜି ଖେଳିବାକୁ—କବିସୂର୍ଯ୍ୟ. ସଙ୍ଗୀତ]
- ୫. ବିଦ୍ୟମାନ ବା ଅବସ୍ଥିତ ହେବା —୫. To exist.
[ଉ—ସୁର୍ପାରକେ ଜମଦଗ୍ନିଙ୍କ ବେଦୀ ଅଛି; ଅଶୋକତୀର୍ଥ ମଧ୍ୟ ତହିଁ ବିରାଜିଛି—କୃଷ୍ଣସିଂହ. ମହାଭାରତ. ବନ]