ବିରାଜ୍(ଜ)
ଦେଖଣା
ବିରାଜ୍(ଜ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ରାଜ୍ ଧାତୁ+ଭାବ. କ୍ୱିପ୍; ଅ)
[ସମ୍ପାଦନା]- ୧. ପ୍ରକାଶ —୧. Manifestation.
- ୨. ଶୋଭା; ସୌନ୍ଦର୍ଯ୍ୟ —୨. Beauty (Apte).
- ୩. ଦୀପ୍ତି —୩. Lustre.
- ୪. ଦର୍ଶନ ଯୋଗ୍ୟ ବସ୍ତୁ —୪. An object worth seeing
- ୪. (+କର୍ତ୍ତୃ. କ୍ୱିପ୍; ଅ) କ୍ଷତ୍ରିୟ —୫. A member of the Kshatriya caste (Apte).
- ୬. ବ୍ରହ୍ମାଙ୍କ ପ୍ରଥମ ପୁତ୍ର —୬. The first progeny of Brahmā (Apte).
- ୭. ଶରୀର; ଦେହ —୭. The body (Apte).
- ୮. (ନ୍ୟାୟ ଦର୍ଶନ) ଦେହ ଉପରେ ଅଧିକାରୀ ବୃଦ୍ଧି —୮. (Nyāya philosophy) Intellect which rules over the aggregate of boidies (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଉଜ୍ଜଳ —୧. Shining; brilliant.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପ୍ରକାଣ୍ଡ; ବିରାଟ — ୧. Gigantic; huga.
(ଉ—ବିରାଜ ରୂପ ଯାହାର ପୁଣି, ଦ୍ୱିଜ ଚକ୍ର ଯା ଦର୍ଶନ ଗୁଣି, ଆତ୍ମ ଭୂପର ସଂସାରେ ଭଣି, କି ଶୂଭ୍ର କୀର୍ତ୍ତି ଯେ ଭଞ୍ଜ, ବୈଦେହୀଶବିଳାସ)
- ୨. ବିରାଜିତ;ଶୋଭିତ —୨. Shining.
- ୩. ବିରଜମାନ (ଦେଖ) - —୩. Birajamāna (See)
(ଉ—ଫଣାର ଉପରେ ମଣି ହୋଇଛି ବିରାଜ ପ୍ରାଚୀ ବ୍ରହ୍ମନିରୁପଣ ଗୀତା)