Jump to content

ବିରାଧ

ଉଇକିଅଭିଧାନ‌ରୁ

ବିରାଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ ରାଧ୍ ଧାତୁ= ଅପକାର କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦଣ୍ଡକାରଣ୍ୟବାସୀ ରାକ୍ଷାସବିଶେଷ —୧. Name of a demon met and slain by Rāmachandra in the forest of Daṇḍakā.

(ଉ—ବିରାଧ ବଧ—ପଣ୍ଡିତ ଯୁଦ୍ଧକୁ ଗତ ଭଞ୍ଜ. ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ —ଏ ପୂର୍ବଜନ୍ମରେ ତୁମ୍ଭରୁ ଗନ୍ଧର୍ବ ଥିଲା ଓ ବୈଶ୍ରବଣ ବା କୁବେରଙ୍କ ଶାପରେ ଅସୁର ଯୋନିରେ ପିତା ସୁପର୍ଯ୍ୟନ୍ୟ ଓ ମାତା ଶତଦୁଙ୍କଠାରୁ ଜନ୍ମ ହେଲା ଦଣ୍ଡକାରଣ୍ୟରେ ସୀତାଙ୍କୁ ହରଣ କରି ପଳାଉଥିବା ସମୟରେ ରାମ ଲକ୍ଷ୍ମଣ ତା ସଙ୍ଗେ ଯୁଦ୍ଧ କଲେ ଓ ଯୁଦ୍ଧ ବେଳେ ସେ ରାମ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ନେଇ ଯାଉଥିଲା ରାମ ଲକ୍ଷ୍ମଣ ଶେଷକୁ ତାର ଦୁଇ ବାହୁକୁ କାଟି ଗୋଟିଏ ଗାତ ଖୋଳି ସେ ଗାତରେ ବିରଧାକୁ ପୋତିବାରୁ ସେ ଶାପମୁକ୍ତ ହୋଇ ପୂର୍ବଜନ୍ମରେ ରୂପ ଧାରଣ କରି ଆସୁର ଦେହ ତ୍ୟାଗ କଲା]

୨. (ବି+ରାଧ୍ ଧାତୁ+ଭାବ ଅ)—ଅତ୍ୟାଚାର —୨. Oppression.
୩. ଅପକାର —୩. Injury.
୪. ପୀଡ଼ା; ବ୍ୟାଥା —୪. Pain.
୫. ଅପରାଧ —୫. Guilt.
୬. ଦୋଷ —୬. Fault.
୭. ବିରକ୍ତି —୭. Displeasure; disgust.
୮. ବୋଧ —୮. Perception.