ବିରୁଳି
ଦେଖଣା
ବିରୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଙ୍ଗରୋଳ; ବରଟ; ବରଳା)
[ସମ୍ପାଦନା]ଭିରୁଡ଼ି;ଭଅଁର; ହଳଦିଆ ଓ ନାଲିରଙ୍ଗ ବିଶିଷ୍ଟ ଭୃଙ୍ଗ; ପୀତ ଭ୍ରମର —The yellow wasp; Vespa; hornet.
[ଦ୍ରଷ୍ଟବ୍ୟ —ଏମାନଙ୍କ ଦେହରେ ହଳଦିଆ ଓ ନାଲି ଡୋରା ଥାଏ ଏମାନେ ମହୁମାଛିମାନଙ୍କର ଫେଣା ବାନ୍ଧନ୍ତି; କିନ୍ତୁ ଏମାନଙ୍କୁ ମଧୂସଞ୍ଚୟ କରିବାର ଦେଖାଯାଏ ନାହିଁ ଏମାନଙ୍କର ନାହୁଡ଼ି ଅଛି ଓ ଏମାନଙ୍କ ଦଂଶନ ବିଶେଷ ଯନ୍ତ୍ରଣାପ୍ରଦ ଏମାନେ ମହୁମାଛିମାନଙ୍କଠାରୁ ଲମ୍ୱ ଓ ଏମାନଙ୍କ କଟି ଅତି କ୍ଷୀଣ ଏମାନଙ୍କର ଦୁଇଟି ଲେଖାଏଁ ନିଶ ଅଛି ନିଶଦ୍ୱୟ ଦୁଇଟି ରେଫ୍ (') ପରି ଦେଖାଯାଏ; ଏଥିପାଇଁ ଏମାନଙ୍କୁ ଦ୍ୱିରେଫ ବୋଲାଯାଏ ଏମାନେ ବଳବଦ୍ଧ ହୋଇ ବାସକରନ୍ତି; ତୋଫା ହଳଦିଆ, ତୋଫା— କଳା, ନେଳି, ନାଲି ଓ ହଳଦିଆ ଡୋରାଯୁକ୍ତ ନାନା ଜାତିର ବିରୁଡ଼ି ଦେଖାଯାନ୍ତି]