ବିରୋଧ
ଦେଖଣା
ବିରୋଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ରୁଧ୍ ଧାତୁ=ରୁଦ୍ଧ କରିବା+ଭାବ. ଅ)
[ସମ୍ପାଦନା]- ୧. ଶତ୍ରୁତା —୧. Enmity; hostility.
- ୨. ବୈପରୀତ୍ୟ; ପ୍ରତିକୂଳତା —୨. Opposition; contradiction.
- ୩. ଅବରୋଧ —୩. Obstruction.
- ୪. ଅମେଳ; ଅନୈକ୍ୟ —୪. Disagreement.
- ୫. (+କର୍ତ୍ତୃ. ଅ ବା ଅଧିକରଣ ଅ) ଯୁଦ୍ଧ —୫. Battle.
(ଉ—ବୟସ ଗଲାନି ସରି, ଯୁଝି ଯୁଝିଲାର ପରି, ଏ ସଙ୍ଗେ ବିରୋଧ କରିବାର ଉତ୍ସବ ଭଞ୍ଜ. ବେଦେହୀଶ—ବିଳାସ)
- ୬. ବିପଦ୍ —୬. Calamity.
- ୭. ଅଟକ; ବାଧା —୭. Obstruction; obstacle,
- ୮. ଅର୍ଥାଳଙ୍କାର ବିଶେଷ; ବିରୋଧାଭାସ (ଦେଖ) - — ୮. A figure of speech in which there is apparent contradiction.
- ୯. କଳି —୯. Quarrel.
- ୧. ବିବାଦ —୧୦. Dispute;dessension.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଷେଧ —Prohibition.
[ଯଥା—ପିକା ଖାଇବାକୁ ଓଡ଼ିଆ ବ୍ରାହ୍ମଣ ସମାଜରେ ବିରୋଧ ଅଛି
ଦେଶଜ - ବିଶେଷଣ -
[ସମ୍ପାଦନା]ନିଷିଦ୍ଧ —Forbidden;prohibited.
(ଉ—ବିରୋଧ ବିଟାଳମାନ ଖାଆନ୍ତି ଯେ ଲୋଭେ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା)