ବିଲଙ୍କା ରାମାୟଣ
ଦେଖଣା
ବିଲଙ୍କା ରାମାୟଣ
ଉଚ୍ଚାରଣ
[ସମ୍ପାଦନା](ବିଲଙ୍କା ରାବାୟଣ—ଗ୍ରାମ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସାରଳା ଦାସ କବିଙ୍କ ରଚିତ 'ବିଲଙ୍କ ରାବଣ'ର ବଧ ବର୍ଣ୍ଣନାତ୍ମକ ପଦ୍ୟ ଗ୍ରନ୍ଥ ବିଶେଷ —Name of an Oriya mythological work describing the slaying of a thousand-headed demon by Rāma.
[ଦ୍ରଷ୍ଟବ୍ୟ —ଏଥିର ବର୍ଣ୍ଣିତ ବିଷୟ—ରାମାୟଣରେ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବା ପରେ ପୁନର୍ବାର ସୀତା ଓ ରାମଚନ୍ଦ୍ରଙ୍କ ମଧ୍ୟରେ ରାମଚନ୍ଦ୍ରଙ୍କ
ସାମର୍ଥ୍ୟ ସମ୍ୱନ୍ଧେ ତର୍କବିର୍ତକ ହେବାରୁ ସୀତା ତର୍କଛଳରେ ରାବଣବଧରେ ରାମଚନ୍ଦ୍ରଙ୍କ କୃତିତ୍ୱ ଥିବା ବିଷୟରେ ସନ୍ଦିହାନା ହେବାର ଦେଖି ସୀତାଙ୍କ ମନରୁ ସନ୍ଦେହ ଦୂର କରିବା ଲାଗି ରାମଚନ୍ଦ୍ର ପାତାଳକୁ ଆକ୍ରମଣ କରି ସେଠାରେ ଥିବା ବିଲଙ୍କା ରାବଣର ରାଜଧାନୀ ବିଲଙ୍କାପୁରୀକୁ 'ବିଲାଙ୍କି' ଅର୍ଥାତ୍ ଧ୍ୱଂସ୍ କରି ଉକ୍ତ ରାବଣକୁ ବଧ କରିଥିଲେ ଏହା ଓଡ଼ିଆ କବି ସାରଳା ଦାସଙ୍କ ରଚିତ ଏଥିର ମୂଳ ବିଷୟ କୌଣସି ସଂସ୍କୃତ ପୁରାଣରେ ମିଳୁ ନାହିଁ)