Jump to content

ବିଲାତି ଦଳ

ଉଇକିଅଭିଧାନ‌ରୁ

ବିଲାତି ଦଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଦେଶରୁ ଆନୀତ ଦଳବିଶେଷ —Water Hyacinth; Eichhornia; Pickerel weed; Pontederia Cordata.

[ଦ୍ରଷ୍ଟବ୍ୟ —ଏହା ଆଜିକାଲି ଆମ ଦେଶର ନଈ, ପୋଖରୀରେ ଏପରି ମାଡ଼ି ଯାଉଅଛି ଯେ ତଦ୍ଦ୍ୱାରା ସମଗ୍ର ଦେଶର ସ୍ୱାସ୍ଥ୍ୟ ନଷ୍ଟ ହେଉଅଛି ତେଣୁ ତାହାର ଲୋପ ସାଧନ କରିବା ପାଇଁ ଗଭର୍ଣ୍ଣମେଣ୍ଟ ଓ ସର୍ବସାଧାରଣ ବିଶେଷ ଚିନ୍ତିତ ଏହାର ଫୁଲ ପେନ୍ଥା ପେନ୍ଥା ଓ ବିଷାକ୍ତ ବିଦେଶରୁ ଏ ଦେଶକୁ ଏହା ଆସିଥିବାରୁ ଏହାକୁ ଲୋକେ ବିଲାତି ଦଳ କହନ୍ତି କିନ୍ତୁ ଏହା ବିଲାତି ନୁହେଁ ଏହା ଦକ୍ଷିଣ ଆମେରିକାର ବ୍ରାଜିଲରେ ଦେଖାଯାଏ ଏହି ଦଳ ତିବ୍ୱତ ଦେଶଆଡ଼ୁ ବ୍ରହ୍ମପୁତ୍ର ନଦୀରେ ଭାସି ଆସି ବଙ୍ଗଦେଶର ନଦୀ ଓ ପୋଖରୀରେ ପୂର୍ଣ୍ଣ ହୋଇ ନଦୀପଥମାନ ବନ୍ଦ କରିଅଛି ଏହାକୁ ବଙ୍ଗଦେଶରୁ ପ୍ରବାସୀ ଓଡ଼ିଆମାନେ ସଉକିରେ ଏ ଦେଶକୁ ଆଣିଥିଲେ ୧୯୨୮: ସାଲଠାରୁ ଡ଼ିଷ୍ଟ୍ରିକ୍ଟ— ବୋର୍ଡ଼ମାନଙ୍କ ଓ ବିଶେଷତଃ ଓଡ଼ିଶାର ପୂର୍ବତନ କମିଶନର ଓ ମାଜିଷ୍ଟ୍ରଟ ଶ୍ରୀଯୁକ୍ତ ଏନ୍. ଏଫ୍. ପେକ୍ସାହେବଙ୍କ ଅମଳରେ ଓଡ଼ିଶାରୁ ଓ ବିଶେଷତଃ କଟକରୁ ଏହା ନିର୍ମୁଳି କରିବାକୁ ବହୁ ଚେଷ୍ଠା କରାଯାଇଥିଲା ଓ ଗଭର୍ଣ୍ଣମେଣ୍ଟ ଏହାକୁ ଲୋପ କରିବା ପାଇଁ ଆଇନ ଜାରି କରିଅଛନ୍ତି]