Jump to content

ବିଲାତି ସନ

ଉଇକିଅଭିଧାନ‌ରୁ

ବିଲାତି ସନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିଲାଇ(ଏ)ତି ସନ, ବିଲାୟତି ସନ—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫସଲୀ ସନ; ଦିଲ୍ଲୀଶ୍ୱରାବ୍ଦ —The agricultural year of Orissa.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଏହା ସୁନିଆଁ ଠାରୁ ଆରମ୍ଭ ହୁଏ ଅର୍ଥାତ୍ ଭାଦ୍ର ଶୁକ୍ଳ (ସୁନିଆ ଦ୍ୱାଦଶୀ) ଦିନ ନୂଆ ସନ ଆରମ୍ଭ ହୁଏ ଏଥିରେ ବିଚିତ୍ରତା ଏହି ଯେ—ଏହା ଚାନ୍ଦ୍ର— ମାନ ଭାଦ୍ର ମାସର ଦ୍ୱାଦଶୀ ଦିନ ଆରମ୍ଭ ହେଲେ ମଧ୍ୟ ସୌରମାନ ସିଂହ ମାସ ଓ ଦିନ ଅନୁସାରେ ଏହାର ଗଣନା କରାଯାଏ ଭାଦ୍ର ମାସ ଦ୍ୱାଦଶୀ ଯେବେ ୧୩୩୧: ସାଲସିଂହ ଦି ୨୬: ନ ପଡ଼େ, ତେବେ ୧୩୩: ସିଂହ ୨୫: ଦିନର ପରବର୍ତ୍ତୀ ଦିବସ ୧୩୩୧: ସିଂହ ୨୬: ଅଟେ ଏହି ଗଣନା ଅନୁସାରେ ମଧ୍ୟ ଉତ୍କଳପ୍ରଚଳିତ ପୁରୀ ରାଜାଙ୍କ ଅଙ୍କ (ବର୍ଷ) ଚଳେ

ଆକବର ବାଦ୍ସାହ ୧୪୭୮: ଶକରେ ଏ ସନ ପ୍ରବର୍ତ୍ତିତ କରିଥିଲେ ବଙ୍ଗ ଦେଶରେ ସୌରମାନ ବୈଶାଖ ଦି ୧ ନ (ପଣା ସଂକ୍ରାନ୍ତି) ଠାରୁ ଓ ଉତ୍ତର ଭାରତରେ ଚାନ୍ଦ୍ରମାନ ଆଶ୍ୱିନ ୧ ଦିନ ଠାରୁ ଫସଲୀ ସନ ଗଣାଯାଏ

ଶାଳିବାହାନାବ୍ଦ ସୌରମାନ ବୈଶାଖ ୧ ଦିନ ଠାରୁ ଆରମ୍ଭ ହୁଏ ଓ ଏ ଦେଶର ନୂତନ ପଞ୍ଜିକାମାନ ବୈଶାଖ ୧ଦିନ ଠାରୁ ଆରମ୍ଭ ହୁଏ ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବର୍ଷ, ମାସ ଓ ଦିନର ଗଣନାରେ ନାନା ପ୍ରକାର ଗୋଳମାଳ ଅଟେ ଉଦାହରଣ ସ୍ୱରୀପ ଦେଖା ଯାଉ— ଶାଳିବାହାନାବ୍ଦ ୧୮୪୭: (ସୌରମାନ ବୈଶାଖ ୧ ଦିନ ଆରମ୍ଭ)=ଦିଲ୍ଲୀଶ୍ୱରାବ୍ଦ—୧୩୩୨: —୩୩: (ଚାନ୍ଦ୍ରମାନ ଭାଦ୍ରବର ଆରମ୍ଭ)=ଇଂରେଜ୍ୟବ୍ଦ—୧୯୨୫: —୨୬: (ଇଂରାଜ ଗଣନାରେ ଜାନୁଆରି ପହିଲାରୁ)=ମୁକୁନ୍ଦଦେବ ଅଙ୍କ—୫୪: —୫୫: (ସୁନିଆଁ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଠାରୁ, =ବୀର ବିକ୍ରମାବ୍ଦ—୧୯୮୨: (ଚାନ୍ଦ୍ରମାନ ଚୈତ୍ର ୧ ଦିନ ଠାରୁ]