ବିଲୋମ
ଦେଖଣା
ବିଲୋମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ଭିନ୍ନ, ଓଲଟା, ବିପରୀତ+ଲୋମନ୍= ଶରୀର ଲୋମ)
[ସମ୍ପାଦନା]- ୧. ପ୍ରତିକୂଳ; ବିପରୀତ —୧. Adverse; contrary.
- ୨. ଅଲ୍ଟା; ବ୍ୟତିକ୍ରାନ୍ତ —୨. Inverted; reversed; reverse.
(ଉ—କପଟରେ ଶକୁନି ସେ କଥା ବିଲୋମ, କରଣ ପୂରାଇଲା ସୁଯୋଧନ କାମ କୃଷ୍ଣସିଂହ ମହାଭାରତ. ବନ)
- ୩. ଲୋମଶୂନ୍ୟ — ୩. Furless; hairless;
- ୪. ଲୋମର ସ୍ରୋତବିରୁଦ୍ଧ — ୪. Against the grain.
- ୫. ଭିନ୍ନ —୫. Different.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବ୍ୟତିକ୍ରମ; ବ୍ୟୁତ୍କ୍ରମ; ସ୍ୱାଭାବିକ ଧାରାର ବ୍ୟତିକ୍ରମ —୧. Inversion of natural order.
- ୨. ସର୍ପ —୨. Snake.
- ୩. ବରୁଣ ଦେବତା —୩. The Hindu God of ocean.
- ୪. ବରୁଣ ଗଛ —୪. Capparia Trifolia; Cratæv Religiosa (tree)
- ୫. କୁକୁର —୫. Dog.
- ୬. (ଗଣିତ) ତ୍ରୈରାଶିକ ଫଳ ଜ୍ଞାପତି କ୍ରିୟାବିଶେଷ — ୬. (mathematic) The process of the simple rule of three.
- ୭. ପାଣି କାଢ଼ିବାର ଯନ୍ତ୍ର ବିଶେଷ —୭. A kind of wheel for lifting water.
- ୮. ସଙ୍ଗୀତରେ ୭ ଗୋଟି ସ୍ୱରର କ୍ରମାନ୍ୱୟରେ ନିମ୍ନ ଗତି —୮. The gradually diminishing course of the tunes in music.
- ୯. ସ୍ୱାଭାବିକ ଧାରାର ବିପରୀତ କ୍ରମ —୯. Reverse of the natural order.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କଥାର ବେଠିକଣା —୧. Want of consistency in one's words or promise.
- ୨. କଥା କହିବାର ଅସମ୍ୱନ୍ଧ ଅବସ୍ଥା —୨. Want of sequence in one's expression lor speech.
(ଯଥା—ବୃଦ୍ଧ ବୟସରେ ପିତୃକୁଳ ନୀଚ ହେବା ବିଲୋମ ଘଟିଲାଣି)
- ୩. ମାତୃକୁଳଠାରୁ ପିତୃକୁଳ ନୀଚ ହେବା ଅବସ୍ଥା —୩. The state of the caste of one's father being lower than that of one's mother.
(ଉ—ବିଲୋମେ ଜନ୍ମେ ମୋର ଦେହି, ଏଣୁ ଦୂଷିତ କୁଳ ପାଇ ଜଗନ୍ନାଥ. ଭାଗବତ)
ଦେଶଜ - ବିଶେଷଣ -
[ସମ୍ପାଦନା]ଅସମ୍ୱନ୍ଧ —Disjointed; incoherent.