ବିଳସିବା
ଦେଖଣା
ବିଳସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ପଦ୍ୟ) (ବି+ଲସ୍ ଧାତୁ)
[ସମ୍ପାଦନା]- ୧. କ୍ରୀଡ଼ା କରିବା —୧. To play; to sport.
(ଉ— ବାରି ପାରି ନାହିଁରେ ସୁକେଶୀ, ବାରି ମଧ୍ୟେ ତୁ ଥିଲୁ ବିଳସିକବିସୂର୍ଯ୍ୟ. ସଙ୍ଗୀତ)
- ୨. ବିରାଜିବା; ଦୀପ୍ତି ପାଇବା — ୨. To shine forth.
(ଉ—ତୁମ୍ଭଙ୍କୁ କି ଉପକାର କରି ରୂପବତୀ ହୋଇ ବିଳସିଲା ହେ, ମହାପ୍ରଭୁ ! କବିସୂର୍ଯ୍ୟ.ସଙ୍ଗୀତ)
- ୩. ପ୍ରକାଶିତ ହେବା —୩. To appear.
(ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସିନା ଚିତ୍ରଗୁପ୍ତର ନିକଷେ ରାଧାନାଥ. ଦରବାର)
- ୪. ସ୍ଫୂର୍ତ୍ତି ହେବା —୪. To flash.
- ୫. ବ୍ୟାପ୍ତ ହେବା;ଘୋଟିଯିବା —୫. To spread; to be diffused.
(ଉ—ତେଟିକି ଚୁମ୍ୱିଲା ତୃଷା ତିମିର ବିଳସିଲା ରେକବିସୂର୍ଯ୍ୟ. କିଶୋରୀଚମ୍ପୂ. ତ. ଗୀତ)
- ୬. ବିହାର କରିବା; ନିଜଇଚ୍ଛାରେ ଚଳିବା —୬. To roam at ease.
(ଉ—ବୀରସିଂହ ଅରଣ୍ୟେ ବିଳସ ଭଞ୍ଜ. ବୈଦେହୀଶ—ବିଳାସ)
- ୭. ବିଚରଣ କରିବା; ଚାଲିବା; ବୁଲିବା — ୭. To walk; to move about.
(ଉ—ଅନ୍ଧାର ଘରେ କଣା ବିଳସେ, ଯାହା ପାଉଥାଏ ଅଣ୍ଟାରେ ଖୋସେ—ଢଗ)