Jump to content

ବିଳୋହିବା

ଉଇକିଅଭିଧାନ‌ରୁ

ବିଳୋହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିଲୋଭନ)

[ସମ୍ପାଦନା]
୧. ମନକୁ ମୁଗ୍ଧ କରାଇବା; ମନ ରଞ୍ଜାଇବା —୧. To charm; to enchant.
୨. ଲୋଭ ଦେଖାଇବା — ୨. To allure; to tempt.
୩. ପୁରସ୍କାର ବା ଉପଢ଼ୌକନ ଦେବା —୩. To make a present.

(ଉ—ବଧୂ ତିନିଙ୍କ ସ୍ତିରୀରତନ ଘେନି; ବିଲୋହିଲେ ଅମୂଲ୍ୟ ରତନ ତିନି—ଭଞ୍ଜ. ବୈଦେହୀଶବିଳାସ)

୪. (ବନ୍ଧୁ ଆଦିଙ୍କୁ) ସମ୍ମାନ କରିବା; ସତ୍କାର କରିବା; ଚର୍ଚ୍ଚା କରିବା —୪. To enterain or welcome friends and guests.
୫. ଅନ୍ନ ଆଦି ପରଶିବା; ଦ୍ରବ୍ୟାଦି ବ୍ୟକ୍ତିମାନଙ୍କୁ ବାଣ୍ଟିବା —୫. To distribute; to serve food.

(ଉ—ବିଳୋହିବା ପାଇଁ ଆସ୍ଥାନ ଭବନେ, ଆସିଥିଲା ଜୋମା ମହିଷୀଗହଣେ ଅଜୟଚନ୍ଦ୍ର ଶେଷବନ୍ଦୀ ଭାରତୀ)

୬. ଆଦର କରିବା —୬. To show respect.
୭. ଆଦରିବା; ଗ୍ରହଣ କରିବା —୭. To admit or accept a person or thing as one' own.
୮. ବରଣ କରିବା —୮. To choose.
୯. ଦେବା; ବିତରଣ କରିବା —୯. To givel to distribute.

(ଉ—ବିଲୋହିଲେ ନାହିଁ ଆନେ, ବିବେକ ପ୍ରଭୁ ସମାନ, ନାହିଁ ବସ ସିଂହାସନେ ଅଭିଷେକରେ ଭଞ୍ଜ. ବୈଦେହିଶବିଳାସ)

ଅନୁବାଦ

[ସମ୍ପାଦନା]
୧. (ସଂସ୍କୃତ - ବିଲୋଡ଼ନ) ମନ୍ଥିବା; ଗୋଳାଇବା —୧୦. To agigate; to mix up; to churn

ଅନୁବାଦ

[ସମ୍ପାଦନା]
୧୧. (ସଂସ୍କୃତ - ବିଲୋଳନ ଛିନ୍ନଭିନ୍ନ ବା ଅସ୍ତବ୍ୟସ୍ତ କରିବା —୧୧. To ruin to depredate.