ବିଶଲ୍ୟ କରଣୀ
ବିଶଲ୍ୟ କରଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବିଶଲ୍ୟ+କୃ ଧାତୁ+କରଣ. ଅନ+ସ୍ତ୍ରୀ. ଈ)
[ସମ୍ପାଦନା]ବିଦ୍ଧ ବାଣର ବହିଷ୍କାରକ ଓ ମୃତସଂଜୀବନୀ ଲତାବିଶେଷ; ଅମର ମହୌଷଧ ଲତା —A plant said to posses the property of restoring a dead man to life and extracting a dart.
[ଦ୍ରଷ୍ଟବ୍ୟ —ଲକ୍ଷ୍ମଣଙ୍କଠାରେ ଇନ୍ଦ୍ରଜିତ୍ ଶକ୍ତିଭେଦ କରିବାରୁ ଲକ୍ଷ୍ମଣ ମୂର୍ଚ୍ଛିତ ହେଲେ ଓ ହନୁମାନ୍ ଗନ୍ଧମାଦନ ପର୍ବତକୁ ଲଙ୍କାକୁ ଉଠାଇ ଆଣିବାକୁ ସେହି ପର୍ବତରେ ଥିବା ଏହି ଲତାକୁ ପ୍ରୟୋଗ କରିବାଦ୍ୱାରା ଲକ୍ଷ୍ମଣ 'ବିଶଲ୍ୟ' ହୋଇ ଉଠି ବସିଲା]
- ୨. ଏକ ପ୍ରକାର ଔଷଧ—ଗୁଳ୍ମ — ୨. A kind of herbarious plant.
[ବୈଦ୍ୟକ ମତରେ ଏହା ବଳକାରକ, ବ୍ରଣସନ୍ଧାୟକ, ରକ୍ତସ୍ରାବ ନିବାରକ ଓ ରକ୍ତାତିସାରନାଶକ ଦ୍ରବ୍ୟଗୁଣ]
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅବ୍ୟର୍ଥ ମହୌଷଧ —୧. A never-failing medicine.
- ୨. ମୃତସଂଜୀବନୀ ଔଷଧ —୨. A life-restoring medicine.
(ଉ—ଏକ ଔଷଧ ମୃତ୍ୟୁ ସଞ୍ଜୀବନୀ, ବିଶଲ୍ୟ କରଣୀକି ଘେନି ବେନି, ସନ୍ଧାନ କରଣୀ ଔଷଧ ତିନି, ଚତୁର୍ଥେ ସବର୍ଣ୍ଣି କରଣୀ ଘେନି ବିଶ୍ୱାନାଥ ବିଚିତ୍ର ରାମାୟଣ)
ଅନୁବାଦ
[ସମ୍ପାଦନା]
|
- ୨. ସୋମରାଜ୍ୟାଦି ବର୍ଗର ବିଦେଶୀ ଶାକଜାତୀୟ ଗୁଳ୍ମବିଶେଷ; ବଣ ସେବତୀ — ୨. A herbarious plant; Expatorium Ayapana.
[ଦ୍ରଷ୍ଟବ୍ୟ —ଏହାର ପତ୍ର ଅଭିମୁଖୀ ଓ ମାଛ ପରି ଲମ୍ୱା ଓ କ୍ରମଶଃ ସରୁ ହୋଇ ଡେମ୍ଫରେ ମିଶିଥାଏ କୌଣସି ଅଙ୍ଗ ଛେଚି ବା କାଟି ହୋଇଗଲେ ଏ ଗଛର ପତ୍ର ଛେଚି କରି ସେହି ସ୍ଥାନରେ ବାନ୍ଧି ଦେଲେ ବ୍ୟଥା କମିଯାଏ ଓ କ୍ଷତ ମଧ୍ୟ ଭଲ ହୋଇଯାଏ ଏଥିର ଫଳ ପଞ୍ଚଶିରାଳ ଓ ବହୁଲୋମଯୁକ୍ତ]
ଅନୁବାଦ
[ସମ୍ପାଦନା]- ୩. ତଗରାଦି ବର୍ଗର ଲଟାଳିଆ କ୍ଷୂପ —Vallaris Heyani.
[ଦ୍ରଷ୍ଟବ୍ୟ —ଏଥିର ପତ୍ର ଅଭି— ମୂଖୀ ଓ ସୂକ୍ଷ୍ମ ଚିହ୍ନବିଶିଷ୍ଟ, ଫୁଲ ଧଳା ଓ ସୁଗନ୍ଧ ଏବଂ ଥୋପା ଥୋପା ଫୁଟେ ଫଳ ଲମ୍ୱା; ଶୀତ ଓ ଗ୍ରୀଷ୍ମରେ ଫଳ ଧରେ ଯୋଗେଶ୍ଚନ୍ଦ୍ର ଏଥିରେ ସଂସ୍କୃତ - ନାମ ଭଦ୍ରବଲ୍ଲୀ, ଶୀତଭୀରୁ, ଭୂମିମଣ୍ଡ, ଅଷ୍ଟପାଦିକା, ଭଦ୍ରମଲ୍ଲୀ, ଭଦ୍ରମଞ୍ଜ; ଏହା ବ୍ରଣ, ଭଗ୍ନି କ୍ଷତ ଓ ନାଡ଼ୀବ୍ରଣବିନାଶକ ଦ୍ରବ୍ୟଗୁଣ]