Jump to content

ବିଶିଷ୍ଟାର୍ଥକ ବାକ୍ୟ

ଉଇକିଅଭିଧାନ‌ରୁ

ବିଶିଷ୍ଟାର୍ଥକ ବାକ୍ୟ

ଉଚ୍ଚାରଣ

[ସମ୍ପାଦନା]

ବିଶିଷ୍ଟାର୍ଥବୋଧକ ବାକ୍ୟ, ବିଶିଷ୍ଟାର୍ଥଦ୍ୟୋତକ ବାକ୍ୟ, ବିଶିଷ୍ଟାର୍ଥସୂଚକ ବାକ୍ୟଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (କର୍ମଧା. ବିଶିଷ୍ଟାର୍ଥକ+ବାକ୍ୟ)

[ସମ୍ପାଦନା]

ବିଶିଷ୍ଟାର୍ଥବୋଧକ ବାକ୍ୟ — Idiomatic sentence; Idiom.

[ଦ୍ରଷ୍ଟବ୍ୟ —ବିଶିଷ୍ଟା— ର୍ଥକ ବାକ୍ୟ ଓ ଶବ୍ଦପୁଞ୍ଜ (phrase) ପ୍ରତ୍ୟେକ ଭାଷାର ବିଶେଷତ୍ୱ ବାକ୍ୟମାନ ବିଶିଷ୍ଟାର୍ଥକରୂପେ ବ୍ୟବହୃତ ନ ହେଲେ ଭାଷାର ମାଧୁରୀ ରହେ ନାହିଁ ଓ ତାହା ଶ୍ରୁତିକଟୁ ହୁଏ ସାଧାରଣତଃ ବିଶିଷ୍ଟାର୍ଥକ ବାକ୍ୟକୁ ଅନ୍ୟ ଭାଷାରେ ଆକ୍ଷରିକ ବା ଶାବ୍ଦିକ ଅନୁବାଦ କଲେ ଓ ଉକ୍ତ ବାକ୍ୟ ଅନୁବାଦିତ ଭାଷାରେ ମଧ୍ୟ ତଦ୍ରୂପ ବିଶିଷ୍ଟାର୍ଥକ (idiomatic) ହୋଇ ନ ଥିଲେ ଅନୁବାଦିତ ଭାଷାରେ ତହିଁର ମୌଳିକ ବିଶିଷ୍ଟାର୍ଥ ପ୍ରତିଫଳିତ ହୁଏ ନାହିଁ ଉଦାହରଣସ୍ୱରୂପ— "ଅମୁକ ଅମୁକକୁ ସୁଖ ପାଏ ବା ଦେଖି ପାରେ" ଏହି ବାକ୍ୟ ଓଡ଼ିଆ ଭାଷାର ଗୋଟିଏ ବିଶିଷ୍ଟାର୍ଥକ ବାକ୍ୟ ଏହାକୁ ଇଂରାଜୀରେ ଶବ୍ଦମୂଳକ ଅନୁବାଦ କଲେ ବାକ୍ୟ ହେବ 'So and so gets happiness to so and so କିମ୍ୱା Can see him' ଅନୁବାଦିତ ଇଂରାଜୀ ବାକ୍ୟରେ ଓଡ଼ିଆର ବିଶିଷ୍ଟାର୍ଥ ପ୍ରକାଶ ପାଇଲା ନାହିଁ ବଙ୍ଗଳାରେ ଅନୁଦିତ ହେଲେ—'ସୁଖ ପାୟ ଓ ହେଖତେ ପାରେ' ହେବ ଏବଂ ଏତଦ୍ଦ୍ୱାରା ମଧ୍ୟ ଓଡ଼ିଆର ବିଶିଷ୍ଟାର୍ଥ ଫୁଟିଲା ନାହିଁ କିନ୍ତୁ ବଙ୍ଗାଳାରେ ଅମୁକ ଅମୁକକେ 'ଭାଲ ପାୟ ବା ଭାଲ ବାସେ' କହିଲେ ଏହା ଓଡ଼ିଆର 'ସୁଖ ପାଇବା ଓ ଦେଖି ପାରିବା'ର ବିଶିଷ୍ଟାର୍ଥ ପ୍ରକାଶ କରେ ଆଧୁନିକ କେତେକ ଓଡ଼ିଆ ଲେଖକ ବଙ୍ଗଳାର ଏହି ବିଶିଷ୍ଟାର୍ଥକ ବାକ୍ୟକୁ ଓଡ଼ିଆରେ 'ଭଲ ପାଇବା ଓ ଭଲ ବାସିବା' ରୂପେ ବ୍ୟବହାର କରୁଥିବାର ଦେଖାଯାଏ]