ବିଶ୍ୱନାଥ କର
ବିଶ୍ୱନାଥ କର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ପ୍ରସିଦ୍ଧ ସାହିତ୍ୟିକ ଓ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ — The late Viswanatha Kar; one of the distinguished men of letters and the editor of the Utkal Sahitya.
[ଦ୍ରଷ୍ଟବ୍ୟ —ନବଯୁଗରେ ଯେଉଁ କେତେ ଜଣ ଉତ୍କଳୀୟ ମନୀଷୀ ଓଡ଼ିଶାର ଅଜ୍ଞାନ ଅନ୍ଧକାର ଦୁର କରିବା ପାଇଁ ହସ୍ତରେ ଜ୍ଞାନବର୍ତ୍ତୀ ଧରି ମହାପ୍ରେମରେ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ, ସେମାନଙ୍କ ମଧ୍ୟରେ ବିଶ୍ୱନାଥ ଅନ୍ୟତମ ୧୮୬୪: ମସିହା ଡିସେମ୍ୱର ମାସରେ କଟକ ଜିଲ୍ଲା ମୁଳବସନ୍ତ ଗ୍ରାମରେ ପ୍ରସିଦ୍ଧ କରବଂଶରେ ତାଙ୍କର ଜନ୍ମ ତାଙ୍କ ପିତାଙ୍କ ନାମ ନାରାୟଣ କର ଗ୍ରାମ୍ୟ ପାଠଶାଳାରେ ଶିକ୍ଷା ସମାପ୍ତ କରି ସେ ଚତୁଷ୍ପାଠୀରେ ସଂସ୍କୃତ କାବ୍ୟ
ନାଟକାଦି ପାଠ କରି ଇଂରେଜୀ ଶକ୍ଷା ଉଦ୍ଦେଶ୍ୟରେ କଟକ ଆସିଥିଲା ପ୍ୟାରୀମୋହନ ଏକାଡ଼େମି ଓ ମିସନ୍ ସ୍କୁଲରେ ଅଧ୍ୟୟନ କରି ପ୍ରଥମେ ସେ ଶିକ୍ଷକତା ବ୍ୟବସାୟ ଆରମ୍ଭ କରିଥିଲେ ଏହି ସମୟରେ ପ୍ରଚଳିତ ହିନ୍ଦୁ ଧର୍ମର କୁସଂସ୍କାରାଦି ଆଲୋଚନା କରି ପୌତ୍ତିଳିକତାପ୍ରଧାନ ହିନ୍ଦୁ ଧର୍ମରେ ତାଙ୍କର ଆଉ ବିଶ୍ୱାସ ରହିଲା ନାହିଁ ତାଙ୍କର ଅନୁଜ ଭୋଳାନାଥ ଓ ଲୋକନାଥଙ୍କ ସଙ୍ଗେ ସେ ହିନ୍ଦୁଧର୍ମ ତ୍ୟାଗ କରି ଏକେଶ୍ୱରବାଦମୂଳକ ବ୍ରାହ୍ମଧର୍ମତେ ଦୀକ୍ଷିତ ହେଲେ ଉତ୍କଳର ବରେଣ୍ୟ କବି ମଧୁସୁଦନ ଓ ରାଧାନାଥ ବିଶ୍ୱନାଥଙ୍କଠାରେ ସାହିତ୍ୟିକ ପ୍ରତିଭାର ପରିଚୟ ପାଇ ତାଙ୍କୁ 'ଉତ୍କଳ ସାହିତ୍ୟ' ନାମକ ମାସିକ ପତ୍ରିକା ପ୍ରକାଶ କରିବାକୁ ଉତ୍ସାହିତ କଲେ ବହୁ ବାଧା— ବିଘ୍ନ ଅତିକ୍ରମ କରି ବିଶ୍ୱନାଥ ତାଙ୍କ ଜୀବଦ୍ଦଶାରେ ପ୍ରାୟ ୩୮: ବର୍ଷ ସେହି ପତ୍ରିକାକୁ ପରିଚାଳନ କରିଥିଲେ ବିଶ୍ୱନାଥହିଁ ନବଯୁଗରେ ଓଡ଼ିଆ ସାହିତ୍ୟରେ ମାର୍ଜିତ ଭାଷା ଓ ଭାବର ପ୍ରବର୍ତ୍ତକ ଏହି ଉତ୍କଳସାହିତ୍ୟ ପତ୍ରିକା ସାହାର୍ଯ୍ୟରେ ବିଶ୍ୱନାଥ ଓଡ଼ିଶାରେ ବହୁ ଲେଖକ ଓ ସାହିତ୍ୟକ ସୃଷ୍ଟି କରି ଜାତିର ପ୍ରଭୁତ କଲ୍ୟାଣ ସାଧନ କରି ଯାଇଅଛନ୍ତି ତାଙ୍କ ରଚିତ 'ବିବିଧ ପ୍ରବନ୍ଧ' ଗ୍ରନ୍ଥ ଓଡ଼ିଆ ସାହିତ୍ୟର ଖଣ୍ଡିଏ ଆଦର୍ଶ ଗଦ୍ୟ ଗ୍ରନ୍ଥ ଅଟେ ସମାଲୋଚକରୂପେ ବିଶ୍ୱନାଥଙ୍କ ସ୍ଥାନ ଉତ୍କଳ ସାହିତ୍ୟ— କ୍ଷେତ୍ରରେ ଅଦ୍ୱିତୀୟ ଥିଲା କଟକଟ ଉତ୍କଳ ସାହିତ୍ୟ— ସମାଜର ପ୍ରତିଷ୍ଠାକାଳରୁ ସେ ତହିଁର ଜଣେ ବିଶିଷ୍ଟ କର୍ମୀ ଥିଲେ ତାଙ୍କ ପ୍ରତିଷ୍ଠିତ ଉତ୍କଳସାହିତ୍ୟ ପ୍ରେସ୍ ଉତ୍କଳରେ ଗୋଟିଏ ବିଶିଷ୍ଟ ମୁଦ୍ରଣାଶାଳାରୂପେ ପରିଗଣିତ ହେଉଅଛି ଅସହଯୋଗ ଆନ୍ଦୋଳନର ଅପକାରିତା ପ୍ରଚାରାର୍ଥ ପ୍ରତିଷ୍ଠିତ ହୋଇଥିବା 'ସତ୍ୟସମାଚାର' ସଂବାଦପତ୍ରର ସେ ଓ ଏ ଭାଷାକୋଷର ସଂଗ୍ରାହକ ଯୁଗ୍ମ ସମ୍ପାଦକ ଥିଲେ
ବିଶ୍ୱନାଥ ନବଯୁଗରେ ଓଡ଼ିଶାର ଜଣେ ପ୍ରଧାନ ବକ୍ତା ଥିଲେ ବକ୍ତୁତା ମଣ୍ଡପରେ ତାଙ୍କର ଭାବମୟୀ ଅନର୍ଗଳ ବକ୍ତୁତା ଯେ ଶୁଣିଅଛନ୍ତି, ସେ ମୁଗ୍ଧ୍ ନ ହୋଇ ରହି ପାରି ନାହାନ୍ତି ଏକାନ୍ତ ଈଶ୍ୱରନିଷ୍ଠାସ, ସାହିତ୍ୟିସାଧନାସ, ସ୍ୱାଧୀନ ମତବାଦ ପାଇଁ ବିଶ୍ୱନାଥ ସମସାମୟିକ ଭଦ୍ରମଣ୍ଡଳୀରେ ନାନା ଭାବରେ ସମ୍ମାନିତ ହୋଉଥିଲେ ବ୍ରିଟିଶ୍ ଗଭର୍ଣ୍ଣମେଣ୍ଟ ମଧ୍ୟ ବିହାର ଓଡ଼ିଶା କାଉନସିଲରେ ତାଙ୍କୁ ସଦସ୍ୟରୂପେ ମନୋନୀତ କରିଥିଲେ ସାଧାରଣ କର୍ମକ୍ଷେତ୍ରରେ ବିଶ୍ୱନାଥଙ୍କ୍ ଉତ୍ସାହ ଓ ସାହାର୍ଯ୍ୟ ଅନନ୍ୟସାଧାରଣ ଥିଲା ସେ ମୃତ୍ୟୁ ପର୍ଯ୍ୟନ୍ତ ଉତ୍କଳ ବ୍ରାହ୍ମ ସମାଜରେ ଆଚାର୍ଯ୍ୟ ଥିଲେ ଏହି ଭାଷାକୋଷର ପ୍ରକାଶରେ ବିଶ୍ୱନାଥହିଁ ଜଣେ ବିଶିଷ୍ଟ ଉତ୍ସାବଦତା ଓ ପୃଷ୍ଠକୋଷକ ଥିଲେ ତାଙ୍କ ଠାରୁ ଆନ୍ତରିକ ସହାନୁଭୁତି ପାଇ ନ ଥିଲେ ଭାଷାକୋଷର ମୁଦ୍ରଣ ଏପରି ଦ୍ରୁତଗତିରେ ଅଗ୍ରସର ହୋଇ ପାରି ନ ଥାନ୍ତା ଏହାର ସଂଗ୍ରାହକ ନାନାଭାବରେ ତାଙ୍କ ନିକଟରେ ଋଣି ଗତ ୧୯୩୪: ମସିହା ଅକ୍ଟୋବର ମାସ ୧୯: ତାରିଖ ସକାଳେ ସେ ପ୍ରାୟ ୭ ବର୍ଷ ବୟସରେ ଇହଧାମ ତ୍ୟାଗ କରି ଗଲେ ]