ବିଶ୍ୱାମିତ୍ର
ବିଶ୍ୱାମିତ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହିନ୍ଦୀ - ବିଶ୍ୱ=ସମଗ୍ର ସଂସାର+ମିତ୍ର=ବନ୍ଧୁ; ଅ ସ୍ଥାନରେ ଆ; କିମ୍ୱା ବିଶ୍ୱ+ଅମିତ୍ରା)
[ସମ୍ପାଦନା]ଗାଧିରାଜଙ୍କ ପୁତ୍ର; ମୁନିବିଶେଷ —Name of a sage.
[ଦ୍ରଷ୍ଟବ୍ୟ —ବିଶ୍ୱାମିତ୍ର ବୋଇଲେ ଅମିତ୍ର ମୋ ଦେବେ, ହେବାରୁ ବିଶ୍ୱାମିତ୍ର ବୋଲନ୍ତିଟି ସର୍ବେ କୃଷ୍ଣସିଂହ— ମହାଭାରତ. ଅନୁଶାସନ]
[ଦ୍ରଷ୍ଟବ୍ୟ —ଏ କାନ୍ୟକୁବ୍ଜର ଗାଝିରାଜଙ୍କ ପୁତ୍ର ଥିଲେ ଦିନେ ଏ ମୃଗୟାର୍ଥ ଯାଇ ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଲେ ସେଠାରେ ବଶିଷ୍ଠଙ୍କ କାମଧେନୁକୁ ଦେଖି ଲୋଭାକୃଷ୍ଟ ହୋଇ ତାହାକୁ କିଣିବ ପାଇଁ ବଶିଷ୍ଠହ୍କୁ ପ୍ରଭୁତ ଅର୍ଥ ଯାଚିଲେ ବଶିଷ୍ଠ ସେଥିରେ ଅସ୍ୱୀକୃତ ହେବାରୁ ବିଶ୍ୱାମିତ୍ର ଉକ୍ତ ଗାଭୀକୁ ବଳପୂର୍ବକ ନେବାକୁ ବସିଲେ; କିନ୍ତୁ ବଶିଷ୍ଠଙ୍କ ସପଃପ୍ରଭାବରୁ ପରାଜିତ ହେଲେ ଏଥିରୁ ସେ ବ୍ରହ୍ମତେଜର ମହିମା ଅବଗତ ହୋଇ କଠୋର ତପସ୍ୟାରେ ରତ ହେଲେ ଓ ତପସ୍ୟାର ଫଳରେ କ୍ରମଶଃ ରାଜର୍ଷି. ଋଷି, ମହର୍ଷି ଓ ବ୍ରହ୍ମର୍ଷି ଆଖ୍ୟା ପ୍ରାପ୍ତ ହେଲେ ଏବଂ ଶେଷରେ ବଶିଷ୍ଠ ତାଙ୍କୁ ବ୍ରହ୍ମର୍ଷି ନାମରେ ଡ଼ାକିଲେ ଏ ବଶିଷ୍ଠଙ୍କ ଶତ ପୁତ୍ରଙ୍କୁ ହତ୍ୟା କରିଥିଲେ; ତଥାପି ବଶିଷ୍ଠ ତହିଁରେ କ୍ରୁଦ୍ଧ ହୋଇ ନ ଥିଲା ତ୍ରିଶଙ୍କୁ ନାମକ ଜଣେ ରାଜାଙ୍କୁ ଦେବତାମାନେ ପାତାଳକୁ ଖସାଇ ପକାଉଥିଲେ; ବିଶ୍ୱାିତ୍ର ନିଜର ତପଃପ୍ରଭାବରେ ତାଙ୍କୁ ପତନରୁ ରକ୍ଷା କରି ଆକାଶରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଇଲେ ବିଶ୍ୱାମିତ୍ର କିଛି କାଳ ଯୁବକ ରମଚନ୍ଦ୍ରଙ୍କ ପରାମର୍ଶଦାତା ଓ ସଙ୍ଗୀ ଥିଲେ ଏବଂ ତାଙ୍କୁ କେତେଗୁଡ଼ିଏ ମନ୍ତ୍ର ଓ ମନ୍ତ୍ରପୂତ ଅସ୍ତ୍ର ପ୍ରଦାନ କରିଥିଲେ (Apte). ବିଶ୍ୱାମିତ୍ରଙ୍କ ବ୍ରହ୍ମାକ୍ଷତ୍ରିୟ ରୂପରେ ସୃଷ୍ଟି କରିଥିଲେହେଁ ସେ ତପସ୍ୟା ବଳରେ ବ୍ରହ୍ମାଙ୍କ ନିୟମକୁ ବଦଳାଇ ପାରି ବ୍ରାହ୍ମଣ ହୋଇଥିଲେ ସମ୍ଭବତଃ ଏହି କାରଣରୁ ଲୋକଙ୍କ ମଧ୍ୟରେ କଥିତ ଅଛି ଯେ— ବ୍ରହ୍ମା ଯାହା ସର୍ଜନା କରିଥିଲେ, ବିଶ୍ୱାିତ୍ର ତହିଁରେ ଓଲଟା କଥାମାନ ସୃଷ୍ଟି କଲେ ଏଥିପାଇଁ ବିଧାତାଙ୍କ ନିୟମରେ ବହିର୍ଭୂତ ବିଷୟକୁ ବିଶ୍ୱାମିତ୍ରୀ ସର୍ଜନା ବୋଲି ଲୋକେ କହିଥାଆନ୍ତି ଯଥା—ସ୍ତ୍ରୀ ସଙ୍ଗେ ପୁରୁଷ ସହବାସ କରିବା ବିଷୟ ବ୍ରହ୍ମା ସୃଷ୍ଟି କଲେ ଅପ୍ରାକୃତିକ କାମବୃତ୍ତ ଚିରିତାର୍ଥ— କରଣ (ପୁଂମୈଥୁନ, ହସ୍ତମୈଥୁନାଦି) ବିଶ୍ୱାମିତ୍ର ସୃଷ୍ଟି
କଲେ ବୋଲି ଲେକେ କହିଥାଆନ୍ତି]
ଦେଶଜ - ବିଶେଷଣ - (ବିଶ୍ୱ+ଅମିତ୍ର)
[ସମ୍ପାଦନା]ଜଗଦ୍ୱୈରୀ —An enemy of the universe.
[ଉ—ବିଶ୍ୱାମିତ୍ର ସୁବାହୁର ବିନାଶ ବିଚାରି—ଭଞ୍ଜ. ବୈଦେହୀଶବିଳାସ]