ବିଷମ
ବିଷମ
ଉଚ୍ଚାରଣ
[ସମ୍ପାଦନା](ବିଷମା—ସ୍ତ୍ରୀ)
(ବିଷମତା—ବି)
(ବିପରୀତ—ସମ)
ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବିଶେଷଣ - (ବି=ନୁହେଁ+ସମ=ସମାନ)
[ସମ୍ପାଦନା]- ୧. ଅସମାନ; ବିସଦୃଶ —୧. Unlike; dissimilar; unequal.
- ୨. ଅଯୁଗ୍ମ (ସଂଖ୍ୟା); ଯେଉଁ ସଂଖ୍ୟାକୁ ୨ରେ ହରିଲେ ଅଂଶ ରହେ — ୨. Odd number; uneven number.
- ୩. ବିଯୋଡ଼ —୩. Not in pairs; unmatched.
- ୪. ଅସାଧାରଣ; ଅସମାନ୍ୟ —୪. Extraordinary; umcommon.
- ୫. କଷ୍ଟଦାୟକ; କ୍ଲେଶକର — ୫. painful.
- ୬. ଦୁର୍ଗମ —୬. Difficult to pass.
- ୭. ଦୁଃସହ —୭. Difficult to bear.
- ୮. ମାରତ୍ମକ — ୮. Fatal; deadly.
- ୯. ଅଗ୍ରାହ୍ୟ —୯. Unacceptable.
- ୧. ଦୁର୍ବୋଧ —୧୦. Unintellegible.
- ୧୧. ଜଟିଳ —୧୧. Knotty.
- ୧୨. ସଙ୍କଟମୟ; ସଂକୀର୍ଣ୍ଣ — ୧୨. Narrow.
- ୧୩. ଦାରୁଣ; ଉତ୍କଟ —୧୩. Hard; horrible; terrific.
[ଉ—ବିଷରୁ ବିଷମ ସ୍ଥୂଲଜଂଘଶର ଘାରିବେ ହରହୋଇଲେ ଭଞ୍ଜ. ବୈଦେହୀଶବିଳାସ]
- ୧୪. ଯାହାର ବାହୁମାନ ସମାନ ନୁହେଁ (କ୍ଷେତ୍ର) — ୧୪. (a geometrical figure) Having its sides unequal.
(ଯଥା—ବିଷମ ତ୍ରିଭୂଜ; ବିଷମ ଚତୁର୍ଭୁଜ)
- ୧୫. ବନ୍ଧୁର; ଉନ୍ନତାବନତ —୧୫. Uneven; rough; undulating.
- ୧୬. ଦୁଃସାଧ୍ୟ; କଷ୍ଟସଧ୍ୟ — ୧୬. Hard of solution; difficult to slove unmanageable.
- ୧୭. ଅସରଳ; ଯାହା ସିଧା ନୁହଁ — ୧୭. Not straight; tortous.
(ଯଥା—ବିଷମ ରେଖା)
- ୧୮. ବିପଦସଙ୍କୁଳ —୧୮. Dangerous; beset with danger.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଉନ୍ନତାବନତ ଭୂମି — ୧. Uneven ground.
- ୨. ଖାଇବା ସମୟରେ ତଣ୍ଟିରେ କିଛି ଖାଦ୍ୟଦ୍ରବ୍ୟ ଅଟକି ଯାଇ ସାମୟିକ ନିଶ୍ୱାସ— ପ୍ରଶ୍ୱାସ ବନ୍ଦ ହେବା —୨. Temporary suffocation or obstruction of the air passage due to fod sticking in the throat (Ganguly).
- ୩. ନଦୀ ଗର୍ଭରୁ ଉପରକୁ ଉଠିଥିବା ଉନ୍ନତାନତ ବଡ଼ ବଡ଼ ପଥର ଖଣ୍ଡ ବା ତକଡ଼ାମାନ —୩. Projecting boulders in the bed of flowing rivers.
[ଉ—ଅବଗାହୁଛନ୍ତିକରୀ ଦଳେ ଦଳେ, ବିଷମ ପରାୟେ ଦିଶି ସ୍ରୋତଜଳେ ରାଧାନାଥ. ନନ୍ଦିକେଶରୀ]
- ୪. ନଦୀଗର୍ଭରେ ଦୁଇ ପାଖରେ ବଡ଼ ବଡ଼ ପଥର ଥାଇ ମଝିରେ ନଈପାଣି ଖୁବ୍ ଦ୍ରୁତଗତିରେ ବୋହିଯିବା ସଂକୀର୍ଣ୍ଣ ଜଳପଥ —୪. Stony rapids in the beds of flowing rivers.
[ଦ୍ରଷ୍ଟବ୍ୟ —ସମ୍ୱଲପୁରଠାରୁ ଆଠମଲିକ ପର୍ଯ୍ୟନ୍ତ ମହାନଦୀର ଗର୍ଭ ସହସ୍ର ବିଷମରେ ପୂର୍ଣ୍ଣ; ଏ ସ୍ଥାନରେ ନୌକାକୁ ନିରାପଦରେ ନେବାପାଇଁ ଅଭିଜ୍ଞ କଢ଼ୁଆଲଙ୍କ ନିଯୁକ୍ତ କରାଯାଏ ସେମାନେ ନିରାପଦ ବାଟ ଠଉରାଇ ଡ଼ଙ୍ଗାକୁ ଏ ବାଟେ ନିଅନ୍ତି ଟିକିଏ ଅସାବଧାନ ହେଲେ ଡ଼ଙ୍ଗା ଉକ୍ତ ବିଷମମାନଙ୍କର ମାଡ଼ ଖାଇ ଚୂର୍ଣ୍ଣ ହୋଇଯାଏ]
- ୫. ଗିରିସଙ୍କଟ —୫. mountain pass.
- ୬. ଅର୍ଥାଳଙ୍କାର ବିଶେଷ —୬. A figure of speech.
[ଦ୍ରଷ୍ଟବ୍ୟ —ଏଥିରେ ଦୁଇ ବିରୋଧୀ ବସ୍ତୁର ବର୍ଣ୍ଣନା କରାଯାଏ ବା ଯଥାଯୋଗ୍ୟ ବସ୍ତୁର ଅଭାବ ବର୍ଣ୍ଣିତ ହୋଇ ଥାଏ—ହିନ୍ଦୀ - ଶ.]
- ୭. ପଦ୍ୟବିଶେଷ —୭. A kind of verse; irregular verse.
[ଦ୍ରଷ୍ଟବ୍ୟ —ଏଥିରେ ଚରଣମାନଙ୍କର ଅକ୍ଷରସଂଖ୍ୟା ସମାନ ନ ଥାଏ]
- ୮. ତାଳ— ବିଶେଷ —୮. Name of a musical measire.
- ୯. (ଗଣିତ) ଅୟୁଗ୍ମ ରାଶି —୯. (Mathmatics) Odd numbr.
- ୧. (ଜ୍ୟୋତିଷ) ଅଯୁଗ୍ମ ରାଶି —୧୦. (astrology) The signs of the zodiac which occupy odd places (e.g. the ୧st, ୩rd, ୫th, ୭th, ୯th and ୧୧th signs).
[ଯଥା— ୧. ମେଷ, ୩. ମିଥୁନ, ୫. ସିଂହ, ୭. ତୁଳା, ୯. ଧନୁ ଓ ୧୧: . କୁମ୍ଭ]
- ୧୧. (ବୈଦ୍ୟକ) ବାୟୁର ପ୍ରକୋପରୁ ଇତ୍ପନ୍ନ ଜଠରାଗ୍ନି (ହିନ୍ଦୀ - ଶ.) —୧୧. The state of the digestive function due to the morbidity of wind or rheum in the system.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ମନ୍ଦ ଅର୍ଥ) ଅଘଟଣ; ବିଡ଼ମ୍ୱଣ (କଥା); ଅଶ୍ରୁତପୂର୍ବ ବା ଅଦୃଷ୍ଟପୂର୍ବ; ଯାହା କେବେ ଘଟି ନାହିଁ —୧. Unheared of or unthought of (matter)
(ଉ— ଏ ବିଷମ କଥା ଏ ସଂସାରେ କେହି ଶୁଣି ନାହିଁ କେଉଁ କାଳେ ରାଧାନାଥ. ପାର୍ବତୀ)
- ୨. ମନ୍ଦ —୨. Bad.
(ଉ—ବିଷମ ବୁଦ୍ଧି ପ୍ରକାଶ, କେବେ ନୋହିବ ନହୁଷ ପ୍ରାୟ ନାଶ ଯିବାକୁ ମୋ ଚିତ୍ତ ଭଞ୍ଜ. ବୈଦେହୀଶ— ବିଳାସ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜଟିଳ ଘଟଣା —୧. A confused state of things.
- ୨. ଜଟିଳ ସମସ୍ୟା — ୨. Dilemma; riddle.
- ୩. ଭୟାନକ ଘଟଣା — ୩. Terrible event.