ବିଷଲାଙ୍ଗଳ
ବିଷଲାଙ୍ଗଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷଲଙ୍ଗଳ, ବିଷଲଙ୍ଗ(ଙ୍ଗୁ)ଳିଆ, ବିଷଲାଙ୍ଗୁଳ(ଡ଼), ବିଷଲାଙ୍ଗଳିଆ, ବିଷଲାଙ୍ଗୁଳିଆ,ବିଷଲାଙ୍ଗଳା(ଳା), ବିଷଲାଙ୍ଗୁଡ଼ିଓଆ, ବିଷଲାଙ୍ଗୁଡ଼ା(ଳା)ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଈଷଲାଙ୍ଗୁଳିଆ; ଲହଲାଙ୍ଗୁଳିଆ; ଆଙ୍ଗୁଳିଆ; ପାଞ୍ଚଆଙ୍ଗୁଳିଆ —Gloriosa Superba
[ଦ୍ରଷ୍ଟବ୍ୟ —ଏହା ବନ୍ୟଲତା ବିଶେଷ; ରଜନୀଗନ୍ଧାଦି ବର୍ଗର ରୋହଣୀ; (?) ବର୍ଷାକାଳରେ ଏହା ତିହୁଡ଼ିରୁ ଜନ୍ମେ କିନ୍ତୁ ଶରତକାଳରେ ଫଳ ପାଚିଲେ ଏ ଗଛ ଶୁଖି ମରିଯାଏ ଓ ଗଛର ଚିହ୍ନମାତ୍ର ରହେ ନାହିଁ ପତ୍ର ଏକାତ୍ତର ଓ ମତ୍ସ୍ୟାକାର; ପତ୍ରର ଅଗ୍ରଭାଗ ଆଙ୍କୁଶିଆ ଫୁଲ ବଡ଼ ବଡ଼ ଓ ଅଗ୍ୱି ବର୍ଣ୍ଣ ଏହାର ଦଳ ୬ଟି ଓ କୁଞ୍ଚୁକୁଞ୍ଚିଆ; ଗର୍ଭକେଶରେ ୬ଟି ଗର୍ଭକେଶରେ ବଙ୍କା ହୋଇ ପୁଂକେଶରେ ଉପରେ ପଡ଼େ ଏହା ଦେଖିବାକୁ ଲଙ୍ଗଳ ବା ଲଙ୍ଗଳର ଈଷ ପରି ଫୁଲରେ ଡ଼େମ୍ଫ ଅଧୋମୁଖ ଓ ଫୁଲ ଅଧୋମୁଖ ହୋଇ ଫୁଟେ ଫୁଲ ପାଚିଲେ ଫାଟିଯାଏ ପ୍ରାଚୀନକାରୁ ଏହାର ମୂଳ ଗର୍ଭପାତନ ପାଇଁ ବ୍ୟବହୃତ ଏବା ବିଷାକ୍ତ ଏଥିରୁ ଏକପ୍ରକାର ତୈଳ ପ୍ରସ୍ତୁତ ହେଇ ବିଇଞ୍ଚି ଇତ୍ୟାଦିରେ ଦିଆଯାଏ ଏହା ଏକପ୍ରକାର ମହୁରା; ଆମଦେଶରେ ବୈଦ୍ୟମାନେ ମହୁରା ଅଭାବରେ ଏହାର ମୂଳକୁ ଔଷଧରେ ବ୍ୟବହାର କରନ୍ତି ତିହୁଡ଼ିଠାରୁ ଏହା ପୃଥକ୍ ଏହା କୁଷ୍ଠ, ଶୋଥ, ଅର୍ଶଃ,
ବ୍ରଣ, ଶୂଳ, ଓ କ୍ରିମିନାଶକ; ଏହା ପିତ୍ତବର୍ଦ୍ଧକ ଓ ଗର୍ଭନାଶକ]