Jump to content

ବିଷୁବ

ଉଇକିଅଭିଧାନ‌ରୁ

ବିଷୁବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବିଷୁ=ଦିବା ରାତ୍ରି ସମତା+ପା ଧାତୁ=ପାଳନ, ବା ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେଉଁ ସମୟରେ ଦିନ ରାତି ଠିକ୍ ସମାନ ହୁଏ)

[ସମ୍ପାଦନା]
୧. ସମରାତ୍ରନ୍ଦିବ କାଳ —୧. The time when the night and day are equal; equinox.
୨. ଖଗୋଳର ମେଷ ଓ ତୁଳ ରାଶିରେ ଯେଉଁ କଳ୍ପିତ ବିନ୍ଦୁଦ୍ୱୟର ସୂର୍ଯ୍ୟ ସମରାତ୍ରିନ୍ଦିକାଳ ପରେ ପହଞ୍ଚନ୍ତି —୨. The equinoxial points; the first peints of Aries and Libra into which the sun enters at the vernal and autumnal eqinox (Apte).

[ଦ୍ରଷ୍ଟବ୍ୟ —ସୂର୍ଯ୍ୟ ବିଷୁବ ରେଖାର ଠିକ୍ ଉପରକି ବର୍ଷକେ ଦୁଇ ଥର ଆସନ୍ତି ଥରେ ବସନ୍ତ କାଳରେ ଓ ଥରେ ଶରତ୍ କାଳରେ ବସନ୍ତ କାଳରେ ସୌର ଚୈତ୍ର ବା ମୀନ ମାସର ନବମ ବା ଦଶମ ଦିନ, ଇଂରାଜି ମାର୍ଚ୍ଚ ମାସର ୨୧: ବା ୨୨: ତାରିଖରେ ଓ ଶରତ୍ କାଳରେ ସୌର ଆଶ୍ୱିନ ବା କନ୍ୟ ମାସର ନବମ ବା ଦଶମ ଦିନ, ଇଂରାଜି ସେପ୍ରେମ୍ୱର କନ୍ୟ ମାସର ୨୨: ବା ୨୩: ତାରିଖରେ ଏହି ଦୁଇ ଦିନ ଦିନ ଓ ରାତି ସମାନ ଅର୍ଥାତ୍ ଠିକ୍ ୧୨: ଘଣ୍ଟା ଲେଖାଏଁ ହୁଏ ଏହି ଦୁଇ ଦିନର ପରବର୍ତ୍ତୀ ସଂକ୍ରାନ୍ତି ପରବର୍ତ୍ତୀ ସଂକ୍ରାନ୍ତିମାନ (କାର୍ତ୍ତିକ ସଂକ୍ରାନ୍ତି ଓ ବୈଶାଖ ସଂକ୍ରାନ୍ତି)ଙ୍କୁ ବିଷୁବ ସଂକ୍ରାନ୍ତିବୋଲାଯାଏ କାର୍ତ୍ତିକ ସଂକ୍ରାନ୍ତିର ନାମ ବିଷୁବ ଓ ବୈଶାଖ ସଂକ୍ରାନ୍ତି ନାମ ମହାବିଷୁବ ସଂକ୍ରାନ୍ତି ଅଟେ]

୩. ମେଷ ବା ବୈଶାଖ ସଂକ୍ରାନ୍ତି; ପଣା ସଂକ୍ରାନ୍ତି; ମହାବିଷବ ସଂକ୍ରାନ୍ତି —୩. The Saṁkrānti or the ୧st day of the month of solar B&aline;i̱ṡākha; the first point of Aries which the sun enters after the vernal equniox (Apte).
୪. ତୁଳ ବା କାର୍ତ୍ତିକ ସଂକ୍ରାନ୍ତି; ଗର୍ଭଣା ସଂକ୍ରାନ୍ତି; ଜଳ ବିଷୁବ ସଂକ୍ରାନ୍ତି —୪. The Saṁkrākrānti or the ୧st day of the month of solar Kārttika; the first point of Libra which the sun enters after the autumnal equinox.