Jump to content

ବିଷ୍କମ୍ଭକ

ଉଇକିଅଭିଧାନ‌ରୁ

ବିଷ୍କମ୍ଭକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବିଷ୍କମ୍ଭ+କ)

[ସମ୍ପାଦନା]

ନାଟକର ଅଙ୍ଗବିଶେଷ; ନାଟକର ନୀରସ ଅଂଶମାନ ଯଥାବତ୍ ବର୍ଣ୍ଣିତ ହେଲେ ତାଙ୍କର ଶ୍ରୋତାଙ୍କର ବିରକ୍ତି ହେବ. ଏହି ଆଶଙ୍କାର ଉକ୍ତ ନୀରସ ଅଂଶମାନ କୋଣସି ଅପ୍ରଧାନ ନାୟକର ମୁଖରେ ସଂକ୍ଷେପରେ କୀର୍ତ୍ତନ କରିବା ନାଟକାଂଶ — Interlude.

[ଦ୍ରଷ୍ଟବ୍ୟ —ନାଟକ ଅଭିନୟରେ ଦୁଇଟି ଅଙ୍କର ମଧ୍ୟରେ ଜଣେ ବା ଏକାଧିକ ଅପ୍ରଧାନ ନାୟକ ଅଙ୍କ ଦ୍ୱୟର ମଝିରେ ଘଟିବା ବିଷୟକୁ ସଂକ୍ଷିପ୍ତ ରୂପେ ବର୍ଣ୍ଣନା କରନ୍ତି ଏବଂ ପରବର୍ତ୍ତୀ ଅଙ୍କମାନଙ୍କରେ କଅଣ ବର୍ଣ୍ଣିତ ହେବ ତହିଁର ସୂଚନା କରନ୍ତି ସାହିତ୍ୟ ଦର୍ପଣକାର ବିଷ୍କମ୍ଭକୁ ଏହିରୂପେ ବର୍ଣ୍ଣନା କରିଅଛନ୍ତି—ବୃତ୍ତବର୍ତ୍ତିଷ୍ୟ ମଣାନାଂ କଥାଂଶାନାଂ ନିଦର୍ଶକଃ ସଂକ୍ଷିପ୍ତାର୍ଥସ୍ତୁ ବିଷମ୍ଭଃ ଆଦାବଙ୍କସ୍ୟ ଦର୍ଶିତଃ ମଧ୍ୟନେ ମଧ୍ୟଭ୍ୟାଂ ବା ପାତ୍ରାଭ୍ୟାଂ ସପ୍ତଯୋଜିତଃ ଶୁଦ୍ଧଃ ସ୍ୟାତ୍ ସା ତୁ ସଂକୀର୍ଣ୍ଣ ନୀଚ ମଧ୍ୟମ— କଳ୍ପିତଃ]