ବିଷ୍ଟର
ଦେଖଣା
ବିଷ୍ଟର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ସ୍ତୃ ଧାତୁ=ବିସ୍ତାର କରିବା+କର୍ମ. ଅ)
[ସମ୍ପାଦନା]- ୧. ବୃକ୍ଷ —୧. Tree.
- ୨. ଉପବେଶନ କରିବାପାଇ ଆସନ —୨. A seat.
- ୩. କୁଶାସନ —୩. A seat or mat made of kuṡa grass.
[ଉ—ବିଷ୍ଟର କରକପାତ୍ରୀ ବହିବାକୁ ଦେବା—ଭଞ୍ଜ. ବୈଦେହୀଶ— ବିଳାସ]
- ୪. ଦର୍ଭମୁଷ୍ଟି —୪. A handful of kuṡa grass.
- ୫. ଦୈବପୈତ୍ର କର୍ମାଦିରେ ବ୍ରାହ୍ମଣ ସ୍ଥାଲରେ କଳ୍ପିତ କୁଶର ମୋଡ଼ା —୫. A ring of kuṡa grass placed to represent a Brāhmaṇa in vedic rituals.
- ୬. ଦୈବପୈତ୍ର କର୍ମାଦିରେ କର୍ମସ୍ଥଳକୁ ନିମନ୍ତ୍ରିତ ବ୍ରାହ୍ମଣଙ୍କୁ ଦିଆଯିବା କୁଶାସନ —୬. A seat of kuṡgrass given to a Brāhmaṇa to sit upon during vedic rites.
ଦେଶଜ - ବି(ସଂସ୍କୃତ - ବିଷ୍ଟର)
[ସମ୍ପାଦନା]- ୧. (ଲକ୍ଷାଣର୍ଥ)ଛୋଟ ମନୁଷ୍ୟ —୧. A small man; mannikin
- ୨. ଗେଡ଼ା ଲୋକ —୨. A dwarfish bay.
[ଦ୍ରଷ୍ଟବ୍ୟ —ବ୍ରାହ୍ମଣ ସ୍ଥାନରେ କଳ୍ପିତ କ୍ଷୁଦ୍ରାବୟ କୁଶ ମୋଡ଼ା (ବିଷ୍ଟର) ପରି ହ୍ରସ୍ୱାବୟବ ବ୍ୟକ୍ତିକୁ ବିଷ୍ଟର ବୋଲାଯାଏ]