ବିଷ୍ଠା
ବିଷ୍ଠା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ବି= ବିବିଧପ୍ରକାର+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ+ଆ; ଯାହା ଉଦର ମଧ୍ୟରେ ଥାଏ)
[ସମ୍ପାଦନା]- ୧. ପୁରୀଷ; ମଳ; ଗୁହ — ୧. Dung; excrement; ordure
[ଦ୍ରଷ୍ଟବ୍ୟ —ଗୋବିଷ୍ଠାକୁ ଗୋମୟ କହନ୍ତି କୌଣସି ଜୀବର ବିଷ୍ଠା ସେହି ଜୀବବାଚକ ଶଦ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ଶୂକର ବିଷ୍ଠା, ନର ବିଷ୍ଠା ଇତ୍ୟାଦି. ଲୋକେ ବିଷ୍ଠାକୁ ନରକ ବୋଲି କହିଥାନ୍ତି କାରଣ, ନରକରେ ମହାପାପୀମାନଙ୍କୁ ବିଷ୍ଠାକୁଣ୍ଡରେ ବୁଡ଼ାଇ ଯମ— ଦୂତମାନେ ଦଣ୍ଡ ଦିଅନ୍ତି ବୋଲି ପୁରୁଣାଦିରେ ଲେଖାଅଛି ଶୂକର ଓ କୁକୁରମାନେ ନରବିଷ୍ଠା ଭକ୍ଷଣ କରନ୍ତି ସାମୁଦ୍ରିକ ପକ୍ଷୀମାନେ ପ୍ରଶାନ୍ତ ମହାସାଗରସ୍ଥ ଦ୍ୱୀପମାନଙ୍କରେ ତ୍ୟାଗ କରିଥିବା ବିଷ୍ଠା ସହସ୍ର ସହସ୍ର ମୋହଣ ଲୋକେ ଆଣି ସାର ରୂପେ ବ୍ୟବହାର କରନ୍ତି ପଶୁ ପକ୍ଷୀ ଓ ମନୁଷ୍ୟାଦିଙ୍କ ବିଷ୍ଠା କ୍ଷେତରେ ସାରରୂପେ ବ୍ୟବହୃତ ହୁଏ ଗୋବିଷ୍ଠା ବା ଗୋମୟ ହିନ୍ଦୁମାନଙ୍କର ପରମ ପବିତ୍ର ବସ୍ତୁ ପ୍ରାୟଶ୍ଚିତ୍ତାଦିରେ ଗୋମୂତ୍ରାଦିସହତ ଗୋମୟ ମିଶ୍ରିତ ପଞ୍ଚଗବ୍ୟ ପ୍ରାୟଶ୍ଚିତ୍ତକାରୀ ସେବନ କରେ ଗୋମୟ ମିଶ୍ରିତ ଜଳରେ ହିନ୍ଦୁମାନେ ଘରଦ୍ୱାର ଲିପନ୍ତିପାରାର ବିଷ୍ଠା ପାଚୁ ନଥିବା ବଥ ଉପରେ ଲଗାଇ ଦେଲେ ବଥରେ କଣା ହୋଇ ପୂଜ ବାହାରେ ମହିମାଧର୍ମ୍ୟମାନେ ମଧ୍ୟ ଗୋମୟକୁ ପବିତ୍ରଜ୍ଞାନ କରନ୍ତି]
- ୨. ପେଟ —୨. Belly (AQpte).