Jump to content

ବିଷ୍ଣୁପଦ

ଉଇକିଅଭିଧାନ‌ରୁ

ବିଷ୍ଣୁପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବହୁବ୍ରୀହି, ବିଷ୍ଣୁ=ବ୍ୟାପକ+ପଦ=ସ୍ଥାନ; ଯେ ସର୍ବସ୍ଥାନକୁ ବ୍ୟାପିଛନ୍ତି; କିମ୍ୱା ବିଷ୍ଣୁ ତାଙ୍କ ତୃତୀୟ ପାଦ ରଖିଥିଲେ ଯେଉଁଠାରେ)

[ସମ୍ପାଦନା]
୧. ବ୍ୟୋମ; ଆକାଶ —୧. The sky,

[ ଦ୍ର—ବିଷ୍ଣ ବାମନ ଅବତାରରେ ଗୋଟିଏ ପଦ ଆକାଶରେ ସ୍ଥାପନ କରିଥିବାରୁ ଆକାଶକୁ ବିଷ୍ଣୁପଦ ବୋଲାଯାଏ ]

(ଉ—ବିଷ୍ଣୁପଦୀ ବିଷ୍ଣୁପଦ, ଈକାର ଭେଦ ଶବଦ, ତରଣିର ଗତାଗତ, ତହିଁ ଉଚିତ ଭଞ୍ଜ. ବୈଦେହୀଶବିଳାସ)

୨. ଶୂନ୍ୟ —୨. The void.
୩. (୬ଷ୍ଠୀ ତତ୍) କ୍ଷୀରୋଦ ସମୁଦ୍ର (ଏଥିମଧ୍ୟରେ ବୈକୁଣ୍ଠ ଅବସ୍ଥିତ) —୩. The mythological Sea of milk (in which Bishṇu's abode is situate.
୪. ପଦ୍ମ —୪. Lotus.
୫. ଗୟାରେ ଥିବା ପ୍ତସ୍ତରେ ଅଙ୍କିତ ବିଷ୍ଣୁଙ୍କର ପାଦଚିହ୍ନ ଓ ପାଦଚିହ୍ନ ଥିବା ମନ୍ଦିର —୪. The soles of Bishṇu engraved on stone and worshipped at Gayā in a temple of that name.

[ ଦ୍ର—ଏହିଠାରେ ହିନ୍ଦୁ ଯାତ୍ରୀମାନେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଅର୍ପଣ କରନ୍ତି ]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ —A name given to males.