Jump to content

ବିଷ୍ଣୁ କାଞ୍ଚୀ

ଉଇକିଅଭିଧାନ‌ରୁ

ବିଷ୍ଣୁ କାଞ୍ଚୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦାକ୍ଷିଣାତ୍ୟର ତୀର୍ଥ ବିଶେଷ —Name of a Place of pilgrimage in the Dec can.

[ ଦ୍ର—ଏହା କାଞ୍ଚୀ ନଗରର ଗୋଟିଏ ଅଂଶ ଏଠାରେ ବରଦା ସ୍ୱାମୀ ନାମକ ବିଷ୍ଣୁପ୍ରତିମା ଓ ମନ୍ଦିର ପ୍ରତିଷ୍ଠିତ ନଗରୀର ଅପର ଅଂଶରେ ପ୍ରତିଷ୍ଠିତ ଶିବ— କାଞ୍ଚୀଠାରୁ ଏହା ପ୍ରାୟ ୩ ମାଇଲ୍ ଦୂରରେ ଅବସ୍ଥିତ ମନ୍ଦିରବେଢ଼ାର ୫ଟି ଗୋପୁରମ୍ (ଦ୍ୱାର) ଧମ୍ୟରୁ ପୂର୍ବଦିଗର ଗୋପୁରମ୍ ୧୩୩: ଫୁଟ୍ ଉଚ୍ଚ ପ୍ରଥମ ଅଗଣା ମଧ୍ୟରେ ଶତସ୍ତମ୍ଭ ବିଶିଷ୍ଟ ମଣ୍ଡପ ମଧ୍ୟରେ ଅଶ୍ୱାରୋହୀମାନଙ୍କର କାରୁକାର୍ଯ୍ୟ ମଣ୍ଡିତ ଚିତ୍ର ଅଛି ମଣ୍ଡିପ ନିକଟରେ କୋଟି— ତାର୍ଥ ନାମକ ଗୋଟିଏ ପୁଷ୍କରିଣୀ ଅଛି ଦ୍ୱିତୀୟ ଅଗଣାରେ ଥିବା ମନ୍ଦିରରେ ବିଷ୍ଣୁଙ୍କର ପ୍ରସ୍ତରଖୋଦିତ ଦଶାବତାର ମୂର୍ତ୍ତି, ବରଦା ସ୍ୱାମୀଙ୍କ ବିଗ୍ରହ, କୃଷ୍ଣପ୍ରସ୍ତର ନିର୍ମିତ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ଅବସ୍ଥିତ କାଞ୍ଚୀର ପୂର୍ବତନ ଶାସନକର୍ତ୍ତ ଗଙ୍ଗାଗୋପାଳ ରାୟ ଏ ମନ୍ଦିର ନିର୍ମାଣ କରାଇଥିଲେ ମହାତ୍ମା ରାମାନୁଜ ଏହିଠାରେ ବିଦ୍ୟା ଶିକ୍ଷା କରିଥିଲେ ଓ ସ୍ୱମତ ପ୍ରଚାର ଆରମ୍ଭ କରିଥିଲେ ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଦେବଙ୍କ ବିଜେ ପ୍ରତିମା ରଥ ଚଢ଼ି ନଗର ବୁଲନ୍ତି ଏଠାରେ ଲକ୍ଷ୍ମୀ ନୃସିଂହଙ୍କ ମୂର୍ତ୍ତି ମଧ୍ୟ ଅଛନ୍ତି ଗଭର୍ଣ୍ଣମେଣ୍ଟ ଏହି ଦେବସ୍ଥାନର ବାର୍ଷିକ ଖରଚ ସକାଶେ ୮ ଟଙ୍କା ଦିଅନ୍ତି ଏହା ଛଡ଼ା ଏ ଦେବଙ୍କ ସେବାପୂଜା ପାଇଁ ୩ ଟଙ୍କା ବାଷକ ଆୟଉତ୍ପାଦକ ସମ୍ପତ୍ତି ଖଞ୍ଜା ଅଛି ଏହାଙ୍କର ଅଳଙ୍କାର ଓ ଯାନବାହନାଦିର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବା ମଦନମୋହନ ତୀର୍ଥ ଦର୍ଶନ ]