ବିଷ୍ଣୁ ଦୂତ
ଦେଖଣା
ବିଷ୍ଣୁ ଦୂତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍; ବିଷ୍ଣୁ+ଦୂତ)
[ସମ୍ପାଦନା]ମୃତ୍ୟ ସମୟରେ ବିଷ୍ଣୁଭକ୍ତ ବ୍ୟକ୍ତିକୁ ବେକୁଣ୍ଠକୁ ଆଦରପୂର୍ବକ ଘେନି ଯିବାପାଇଁ ବିଷ୍ଣୁଙ୍କ ପ୍ରେରିତ ଦୂତ —The angels or messengers sent by Bishṇu to a pious devotee on his deathbed, to lead his soul to the abode of Bishṇu.
[ ଦ୍ର—ସାଧାରଣଙ୍କର ବିଶ୍ୱାସ ଯେ ବିଷ୍ଣୁ ଦୂତମାନେ ପୂଣ୍ୟତ୍ମା ବେଷ୍ଣବଙ୍କ ଆତ୍ମାକୁ ବୈକୁଣ୍ଠକୁ ନେଇଯାଆନ୍ତି ଓ ଯମଦୂତମାନେ ପାପୀଙ୍କ ଆତ୍ମାକୁ ଦଣ୍ଡ ଦେବାପାଇଁ ନରକକୁ ନେଇଯାଆନ୍ତି କୌଣସି ମୃତବ୍ୟକ୍ତିର ଆତ୍ମାକୁ ନେବାପାଇଁ ଯମଦୂତମାନେ ଆସି ତା ମୃତ୍ୟୁଶଯ୍ୟା ପାଖେ ପହଞ୍ଚିବା ଅବସ୍ଥାରେ ବିଷ୍ଣୁଦୃତ ଆସି ପହଞ୍ଚିଲେ ଯମଦୂତମାନେ ନିରସ୍ତ ହୋଇ ଫେରିଯାଆନ୍ତି ଓ ମୃତବ୍ୟକ୍ତିର ଆତ୍ମାକୁ ବିଷ୍ଣୁଦୂତମାନେ ସମାଦରପୂର୍ବକ ବୈକୁଣ୍ଠକୁ ନେଇ ଯାଆନ୍ତି ]