ବିଷ୍ଣୂ କରିବା
ଦେଖଣା
ବିଷ୍ଣୂ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଷ୍ଣୂ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପୂଜ୍ୟ ବ୍ୟକ୍ତିଙ୍କ ଦେହରେ ବା ପୂଜ୍ୟ ବସ୍ତୁରେ (ଗୁରୁଜନଙ୍କ ଅଙ୍ଗ, ପୁସ୍ତକ. ଦେବ— ବିଗ୍ରହରେ) ଅକସ୍ମାତ୍ ମନୁଷ୍ୟର ପାଦଆଦି ବାଜି ଗଲେ ଉକ୍ତ ଅଜ୍ଞାନକୃତ ଅପରାଧ ଖଣ୍ଡନାର୍ଥ 'ବିଷ୍ଣୂ' ବା 'ଶ୍ରୀବିଷ୍ଣୁ' ନାମ ଉଚ୍ଚାରଣ କରି ସୃଷ୍ଟି ବସ୍ତୁରେ ବା ଅଙ୍ଗରେ ହାତ ଲଗାଇ ହାତକୁ ଆଣି ମୁଣ୍ଡରେ ଲଗାଇବା —୧. To expiate for striking inadvertently the body of one's elder, by touching the struck limb with one's fingers and touching the brow with the fingers.
(ଉ—ଗୋଇଠାମାରି ବିଷ୍ଣୁ କରିବା ନ୍ୟାୟ—ଢଗ)
[ ଦ୍ର—ଜାଣି ଶୁଣି ଗୋଇଠା ମାରି "ବିଷ୍ଣୁ" କଲେ ସେ ପାପ ଖଣ୍ଡନ ହୁଏ ନାହିଁ ]
- ୨. ଭୋଜନ କରି ବସିବା ବେଳେ ପ୍ରଥମ ଗୁଣ୍ଡା ଭାତ ପାଟିକୁ ନେବା ପୂର୍ବରୁ 'ବିଷ୍ଣୁ' ଶଦ୍ଦ ଉଚ୍ଚାରଣ କରିବା —୨. To utter the word Bishṇu while putting the ୧st morsel of food in the mouth.
- ୩. ହଠାତ୍ ଅକଥ୍ୟ ବା ମିଛକଥା ମୁହଁରୁ ବାହାରି ଗଲେ ପାପ ଖଣ୍ଡନାର୍ଥ 'ବିଷ୍ଣୁ' ନାମ ଉଚ୍ଚାରଣ କରିବା —୩. To pronounce the word Bisnṇu in expiation for the sin of inadvertently speaking a falsehood or saying any improper thing.
- ୪. ଅନ୍ୟର ମୁଖରୁ ମିଥ୍ୟା ବା ଅଶ୍ଳୀଳ ବା ଅକଥ୍ୟ ଭାଷା ଶୁଣିଲେ, ସେହି ପାପ ଖଣ୍ଡନାର୍ଥ ବାଷ୍ଣୁ ନାମ ଧରିବା — ୪. To pronounce the word Bishṇu on hearing another person speak a lie or an improper thing.
- ୫. ଦେବପୂଜା ଆଦି ଅନୁଷ୍ଠାନରେ ସଂକଳ୍ପର ଆଦ୍ୟରେ 'ଓ' ବିଷ୍ଣୁ, ଓଁ ବିଷ୍ଣୁ, ଓଁ ବିଷ୍ଣୁ ଉଚ୍ଚାରଣ କରିବା —୫. To prononce the word Bishṇu thrice at the beginning of any ritual or worship.
- ୬. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ଆରମ୍ଭ କରିବା —୬. To begin any work.
[ ଦ୍ର—ମୁସଲମାନ୍ମାନେ ଏପରି ସ୍ଥଳରେ 'ତୋବା' 'ବିସ୍ମିଲ୍ଲା' କହିଥାଆନ୍ତି ]