Jump to content

ବିସମିଲ୍ଲା

ଉଇକିଅଭିଧାନ‌ରୁ

ବିସମିଲ୍ଲା

ଉଚ୍ଚାରଣ

[ସମ୍ପାଦନା]

ବିସମଲ୍ଲା(ଲ୍ଲା), ବିସିମିଲା(ଲ୍ଲା), ବିସିମୋଲା(ଲ୍ଲା), ବିସ୍ମିଲା(ଲ୍ଲା)ଅନ୍ୟ ଅଶୁଦ୍ଧରୂପ

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି— (ଆ; ବିସମିଲ୍ଲାହ= ପରମେଶ୍ୱରଙ୍କ ନାମରେ ସ୍ତୋତ୍ର ପାଠ କରିବା)

[ସମ୍ପାଦନା]
୧. ଆଲ୍ଲା ବା ଈଶ୍ୱରଙ୍କ ନାମ ସ୍ମରଣ —୧. Taking the name of God.

(ଉ—ଆଖୁନଜୀ ସାହେବ ଏହି ନୀତିଶାସ୍ତ୍ରି ଅନୁସାରେ ଅଧାଅଧି ଦାଢି ଆୟତ୍ତ ପୂର୍ବକ ବିସମିଲା, ବିସମିଲା କହି ସେଦିନ ରାତିରେ କବାଟ କିଳି ରହିଲେ ଫକୀରମୋହନ—ଛମାଣଆଠଗୁଣ୍ଠ)

୨. କୌଣସି କର୍ମର ଆରମ୍ଭ — ୨. The beginning or commencing of any work.

ବୈଦେଶିକ - ଅ

[ସମ୍ପାଦନା]

ହେ ଈଶ୍ୱର ! — O God !

[ଦ୍ରଷ୍ଟବ୍ୟ — ଧାର୍ମିକ ମୁସଲମାନ

ବ୍ୟକ୍ତି ଅଜାଣତରେ ମନ୍ଦ କାର୍ଯ୍ୟ କଲେ ବା ଅକଥା ଭାଷା କହିଲେ କିମ୍ୱା ଅଶ୍ରାବ୍ୟ କଥା ଶୁଣିଲେ ତଜ୍ଜନିତ ପାପକ୍ଷାଳନ ପାଇଁ 'ବିସମିଲ୍ଲା' ଶଦ୍ଦ ଉଚ୍ଚାରଣ କରନ୍ତି ଓ କୌଣସି କର୍ମ ଆରମ୍ଭ କରିବା ପୂର୍ବରୁ ମଙ୍ଗଳାଚରଣରୂପେ 'ବିସମିଲ୍ଲା' ଉଚ୍ଚାରଣ କରନ୍ତି]