Jump to content

ବିସୁଚିକା

ଉଇକିଅଭିଧାନ‌ରୁ

ବିସୁଚିକା

ଉଚ୍ଚାରଣ

[ସମ୍ପାଦନା]

(ବିସୁଚି[ଚୀ]—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -(ବି+ସୁଚି ଧାତୁ=ଖଳତା କରିବା+କର୍ତ୍ତୃ. କ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ଓଲାଉଠା ରୋଗ; ଝାଡ଼ ବାନ୍ତି ରୋଗ; ହଇଜା — ୧. Cholera.

[ଦ୍ରଷ୍ଟବ୍ୟ —ଆୟୁର୍ବେଦାନୁସାରେ ଏହା ଆଧୁନିକ କଲେରା ରୋଗ ନୁହେଁ; ଅଜୀର୍ଣ୍ଣ ରୋଗୀର ବାୟୁ ପ୍ରକୁପିତ ହେଲେ ସୂଚିକା ବେଦନାବତ ସର୍ବାଙ୍ଗରେ ବେଦନା ଅନୁଭୂତ ହୁଏ, ପେଟ ଦହଜ ହୁଏ, ଖୁବ ଝାଡା ହୁଏ, ଶୋଷ ଓ ଜଳା ପୋଡା, ଭ୍ରମ, ମୁର୍ଚ୍ଛା ଓ କମ୍ପ, ହାଇ, ଦୁର୍ବଳତା, ମୁତ୍ରରୋଧ, ନାଡୀକ୍ଷୀଣତା ହୁଏ; ଆଖି ପଶିଯାଏ, ଦେହର ବର୍ଣ୍ଣ ପାଣ୍ଡୁର ହୁଏ, ସ୍ୱର କ୍ଷୀଣ ହୁଏ ଏହାହିଁ ବିସୂଚିକା ରୋଗ ଏକ ପ୍ରକାର ବିଷାକ୍ତ କୃମି ଦେହରେ ପ୍ରବେଶ କରିବାରୁ କଲେରା ରୋଗ ଜନ୍ମେ]