Jump to content

ବିସ୍ମୟ

ଉଇକିଅଭିଧାନ‌ରୁ

ବିସ୍ମୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ସ୍ମି ଧାତୁ=ଈଷତ୍ ହାସ୍ୟ କରିବା; ଆଶ୍ଚର୍ଯ୍ୟାନ୍ୱିତ ହେବା+ଭାବ. ଅ)

[ସମ୍ପାଦନା]
୧. ସଂଶୟ —୧. Doubt; uncertainty.
୨. ପ୍ରଶଂସା ମିଶ୍ରିତ ଆଶ୍ଚର୍ଯ୍ୟ — ୨. Awe.
୩. ଈଷତ୍ ହାସ୍ୟ — Smile.
୪. ଆଶ୍ଚର୍ଯ୍ୟ — ୪. Wonder; astonishment.
୫. ଗର୍ବ; ଅହଙ୍କାର (ହିନ୍ଦୀ - ଶ) —୫. Pride.
୬. ଅଦ୍ଭୁତ ନାମକ ସ୍ଥାୟୀ ଭାବ ବା ରସବିଶେଷ —୬. The sentiment of wonder in rhetoric.
୭. ଲୋକାତୀତ ପଦାର୍ଥ— ମାନଙ୍କ ଦର୍ଶନରେ ଚିତ୍ତରେ ଯେଉଁ ନିସ୍ଫାତ ଜାତ ହୁଏ (ସାହିତ୍ୟ ଦର୍ପଣ) —୭. Feeling which is excited on seeing an extraordinary thing.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବିସ୍ମିତ, ଆଶ୍ଚର୍ଯ୍ୟାନ୍ୱିତ — ୧. Astonished.

[ଉ—ଅକ୍ଷୟ ତାହାର ଶରୀର ଦେଖି ବିସ୍ମୟ ଶୂଳଧର— ଜଗନ୍ନାଥ, ଭାଗବତ]

୨. କ୍ଷଣକାଳ ସ୍ତବ୍ଧ — ୨. Awe-struck; struck dumb for a moment.

[ଉ—ବିସ୍ମୟ ହୋଇ ଅନାଇ ଭାବି ରଘୁପତି—ଭଞ୍ଜ, ବୈଦେହୀଶବିଳାସ]

୩. ଦୁଃଖିତ — ୩. Sorry; dejected.