Jump to content

ବିହିବା

ଉଇକିଅଭିଧାନ‌ରୁ

ବିହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ବି+ଧା—ଧାତୁ)

[ସମ୍ପାଦନା]
୧. ବିଧାନ କରିବା —To arrange.

[ଉ—ଦୋଷୀ ଦେଖି ପୁଣି, ନ ସଂହାରି ବିହୁଥିଲା ସଂସ୍କାର ରାମାରେ ରାଧାନାଥ—ମହାଯାତ୍ରା ]

୨. ସମ୍ପାଦନ କରିବା — ୨. To do; to accomplish.

[ଉ—କଷ୍ଟେ ଦିନ— କୃତ୍ୟ ବିହି ମଦାଦେବୀ, ଦୁଃଖ ଭାର ବହି ବକ୍ଷେ, ରାଧାନାଥ ପାର୍ବତୀ ]

୩. ସୃଷ୍ଟି କରିବା —୩. To create.
୪. ନିୟମ ବାନ୍ଧିବା —୪. To frame rule.
୫. ନିର୍ମାଣ କରିବା —୫. To bulid.

[ ଉ—ମାଧାବେଶ୍ୱର କହିଲେ ମଣ୍ଡପ ବିହ—ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

୬. ଘଟା— ଇବା —୬. To bring about; to cause.

[ଉ— ଭୀମ ଯେଉଁ ରୂପରେ କିର୍ମୀର ପ୍ରାଣ ନାଶ, ବିହିଲେ ତା ମୋ ଆଗେ କର ତା ପ୍ରକାଶ କୃଷ୍ଣସିଂହ. ମହଗାଭାରତ ବନ ]

୭. ଭାର ଦେବା; ନ୍ୟାସ୍ତ କରିବା —୭. To entrust.

(ଉ—ଦ୍ୱାର ନିରୁପଣ ତାହାରେ ବିହିଲେ, ଜଗିଲା ସେହୁ ପାହାରୀ ଶିଶୁଶଙ୍କର—ଉଷାଅଭିଳାଷ )

୮. ଆଚରଣ କରିବା —୮. To Practise.

(ଉ—କଠୋର ତପସ୍ୟା ବିହି ରଥୀ ଭଗୀରଥ ମଧୁସୂଦନ—ଉତ୍ତରରାମଚରିତ

୯. କହିବା —୯. To speak.

(ଉ—ବିହି ବିହିଲେ ଶୁଣି ତାଙ୍କ ଉକ୍ତି ବଚନ ଭଞ୍ଜ. ବୈଦେହୀଶ ବିଳାସ)

୧. ପଡ଼ିବା; ଘଟିବା —୧୦. To befall.

(ଉ— ଜରାସନ୍ଧ ପୂର୍ବରେ ସେବି ଉମାପତି, ତାଙ୍କ ବରେ ରାଜାଙ୍କ ବିହିଲା ବିପତ୍ତି କୃଷ୍ଣସିଂହ—ମହାବାରତ. ସଭା )