Jump to content

ବୀଜ

ଉଇକିଅଭିଧାନ‌ରୁ

ବୀଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବି=ବିକିଧରୂପେ+ଜନ୍ ଧାତୁ= ଜନ୍ମିବା+ଆ; ଇ= ଈ; କିମ୍ୱା ବ୍ୟେ ଧାତୁ—ଆଚ୍ଛାଦନ କରିବା+ଭାବେ. କ୍ୱିପ୍; ବୀ=ଆଚ୍ଛାଦନ+ଜନ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ— ଯାହା ମୃର୍ତ୍ତିକାଗର୍ଭରେ ଏକରୂପ ଓ ମୃର୍ତ୍ତିକା ଭେଦ କଲେ ଅନ୍ୟରୂପ, ଏହିପରି ବିବିଧରୂପ ଧାରଣ କରେ; କିମ୍ୱା ଯାହା ମୃର୍ତ୍ତିକାଦ୍ୱାରା ଆଚ୍ଛାଦିତ ହେଲେ, ଅଙ୍କୁର ଉତ୍ପାଦନ କରେ)

[ସମ୍ପାଦନା]

 : ମଞ୍ଜି —୧. seed; germ.

୨. ଆମ୍ୱଆଦି ଫଳର ଟାକୁଆ —୨. The stone inside some fruits (e.g. mango)
୩. କୌଣସି ବସ୍ତୁର ମୂଳ କାରଣ; ମୂଳ; ହେତୁ —୩. Origin; source; primary cause.
୪. ତତ୍ତ୍ୱ —୪. The first or underlying principle.
୫. ବୀର୍ଯ୍ୟ; ଶୁକ୍ର — ୫. Semen virile.
୬. ତେଜଃ —୬. Vigour; spirit.
୭. (ଗଣିତ) ଅବ୍ୟକ୍ତ ରାଶି —୭. (mathematics) An unknown number or quantity; an algebraic quantity.
୮. ମୂଳମନ୍ତ୍ର; ଦେବତା— ମାନଙ୍କର ମନ୍ତ୍ରର ନିର୍ଦ୍ଧାରିତ ମୌଳିକ ଅକ୍ଷର ବା ଅକ୍ଷରମାନ — ୮. A mystic syllable or letter which is considered as the essential element of the incantation of a particular Diety (Apte).

[ଦ୍ରଷ୍ଟବ୍ୟ —ଯଥା. ଶ୍ରୀକୃଷ୍ଣଙ୍କର ବୀଜମନ୍ତ୍ର 'କ୍ଳୀଂ', ଦୁର୍ଗାଙ୍କର ଐଂ, ହ୍ରୀଂ, ଶ୍ରୀଂ]

୯. ତଳି; ଅଙ୍କୁର; ଗଜା —୯. Sprout; seedling.
୧. ଆଧାର —୧୦. Recepatacle.
୧୧. ନିଧି — ୧୧. Gem.
୧୨. ବିହନ —୧୨. Seed kept for sowing in the next season.
୧୩. କୌଣସି ବିଷୟର ମୁଳ; ଜଡ଼ —୧୩. The primary root or root cause or a thing.
୧୪. ଫେଉ; ଭେଦ; କୌଣସି ବିଷୟ ବା ସମସ୍ୟାର ଗୁପ୍ତତତ୍ତ୍ୱୂ; ଚାବି —୧୪. The clue or key to the solution of any proble.
୧୫. କୌଣସି ଗଣିତ ପ୍ରଶ୍ନ ସମାଧା କରିବା ନିମନ୍ତେ ଜ୍ଞାତବ୍ୟ ମୂଳ ସଂଖ୍ୟା ବା ପିଣ୍ଡ —୧୫. A token number for the solution of a mathematical problem.
୧୬. ମକ୍କା —୧୬. Marrow (Apte).
୧୭. ନାଟକର, ଉପନ୍ୟାସର ବା ଗଳ୍ପର ଉପାଖ୍ୟାନର ଉତ୍ପାଦକ ଘଟନା —୧୭. The germ or seed of the plot of a play or story (Apte)
୧୮. ବୀଜଗଣିତ —୧୮. Algebra (Apte).
୧୯. ଟଭାଗଛ —୧୯. The citron tree (Apte).
୨. ସାଧାରଣଙ୍କ ଅବୋଧ୍ୟ ଭାବପୂର୍ଣ୍ଣ ସାଙ୍କେତିକ ଶବ୍ଦ ବା ଅକ୍ଷର (ହିନ୍ଦୀ - ଶ) —୨୦. An abbreviated letter or word to indicate certain matters.