ବୀଣା
ବୀଣା
ଉଚ୍ଚାରଣ
[ସମ୍ପାଦନା]ଅନ୍ୟ .ସଂସ୍କୃତ - ନାମ ବଲ୍ଲତୀ, ପରି—ବାଦିନୀ, ଧ୍ୱନିମାଳା, ବଙ୍ଗମଲ୍ଲୀ, ଘୋଷାବତୀ, କଣ୍ଠକୂଣିକା'
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବୀ ଧାତୁ=କ୍ଷେପଣ କରିବା+କର୍ତ୍ତୃନ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସପ୍ତ ତନ୍ତ୍ରି—ବିଶିଷ୍ଟ ବାଦ୍ୟଯନ୍ତ୍ରବିଶେଷ —୧. Harp; lyre; a seven-srtinged musical instrument
[ଦ୍ରଷ୍ଟବ୍ୟ —ଏହା ଅତି ପ୍ରାଚୀନ କାଳରେ ହିନ୍ଦୁ— ମାନଙ୍କରଯନ୍ତ୍ର ରୂପେ ବ୍ୟବହୃତ ହୋଉଥିଲା ସରସ୍ୱତୀଙ୍କର ଏହା ଅତି ପ୍ରିୟ ନାରଦ ମଧ୍ୟ ଏହା ବ୍ୟବ— ହାର କରୁଥିଲେ ଏଥିରେ ୩ ଠାରୁ ୭ ପର୍ଯ୍ୟନ୍ତ ତାର ଥିଲା ଏହା ନାନାପ୍ରକାର, ଯଥା— ତ୍ରିତନ୍ତ୍ରୀ, କିନ୍ନରୀ, ବିପଞ୍ଚୀ, ରଞ୍ଜନୀ, ରୁଦ୍ର, ନାଦେଶ୍ୱର, ଶାର— ଦୀୟା ଓ କଣ୍ଟୋ(ଣ୍ଡୋ)ଳ ବଂଶ ବା କାଷ୍ଠ ଦଣ୍ଡର ଉଭୟ ପାର୍ଶ୍ୱରେ ଦୁଇଟି ଲାଉ ସଂଯୋଜିତ ହୋଇଥାଏ, ଓ ଏଥିରେ ଖୁଣ୍ଟିମାନଙ୍କଦ୍ୱାରା ସଂଯତ ଲୁହାର ଓ ପିତଲତ ତାର— ମନ ଲାଗିଥାଏ ସୀତାର, ଈଷଭାଜବୀନ୍, ବେହେଲା, କେନ୍ଦେରା ଆଦି ଏହି ବୀଣାର ବଂଶଧର
ଗୁରାଣ ମାନଙ୍କର ଭିନ୍ନ ଭିନ୍ନ ବୀଣାଧାରୀମାନଙ୍କର ବୀଣାର ଭିନ୍ନ ଭିନ୍ନ ନାମ ଅଛି, ଯ଼ଥା ମହାଦେବଙ୍କ ବୀଣାର ନାମ ଲମ୍ୱୀ, ସରସ୍ୱତୀଙ୍କ ବୀଣାର ନାମ କଛପୀ ନାରଦଙ୍କ ବୀଣା ମହତୀ, ଓ ତୁନ୍ଦୁରଙ୍କ ବୀଣାର ନାମ କଳାବତୀ]
- ୨. ବିଦ୍ୟୁତ୍ —୨. Lightning.
(ଉ—ବୀଣା ପ୍ରତିଭାରେ ଅନା ଡ଼ୋଳାକୁ ଖେଳାଇ ଭଞ୍ଜ. ବୈଦେହୀଶ— ବିଳାସ)