ବୀଥି(ଥୀ)
ବୀଥି(ଥୀ)
ଉଚ୍ଚାରଣ
[ସମ୍ପାଦନା](ବିଥିକା—ଅନ୍ୟରୂପ)
=== ସଂସ୍କୃତ - ବି—(ବିଥ୍ ଧାତୁ= ଯାଚଞ୍ଛା କରିବା+କର୍ମ. ଇ, ଈ)
- ୧. ଧାଡ଼ି; ପଂକ୍ତି —୧. A row; line
(ଉ—ବଳବାନ ଖ୍ୟାତ ଅର୍ଥୀ, ବିବେକ ସଂଯାତ ତଥି, ବୀଥି ବିଭ୍ରାଜିତ ଶିଳସେ ଭଞ୍ଜ. ବୈଦେହିଶବିଳାସ)
- ୨. ଉଭୟ ପାର୍ଶ୍ୱରେ ବୃକ୍ଷଥିବା ପଥ —୨. A road on both sides of which trees are planted; avenue.
(ଉ—ବହୁତ ଦିହୁଡ଼ି, ଅନ୍ଧାରଘଉଡ଼ି, ଶୂଭେ ମଣିମା ମଣିମା ସ୍ନନ ସେ ବୀଥିରେ ଭଞ୍ଜ. ବୈଦେହୀଶବିଳାସ)
- ୩. ଶ୍ରେଣୀବଦ୍ଧ ଦୋକାନ —୨. Shops arranged in rows.
- ୪. ଦୃଶ୍ୟକାବ୍ୟ ବିଶେଷ —୪. A kind of drama
[ଦ୍ରଷ୍ଟବ୍ୟ —ଏଥିରେ ଦୃଶ୍ୟକାବ୍ୟର ବା ରୂପକ ୨୭: ଭେଦରୁ ଏକତମ ଏଥିରେ ଗୋଟିଏ ମାତ୍ର ଅଙ୍କ ଓ ଏକମାତ୍ର ନାୟକ ଥାଏ ଏଥିରେ ଆକାଶଭାଷିତର ଓ ଶୃଙ୍ଗାର ରସର ଆଧିକ୍ୟ ଥାଏ ପ୍ରାଚୀନକାଳରେ ଏହା ସ୍ୱତନ୍ତ୍ର କିମ୍ୱା ଆନ୍ୟ ନାଟକ ସଙ୍ଗେ ଅଭିନୀତ ହେଉଥିଲା] ସାହିତ୍ୟଦର୍ପଣ ମତରେ ଥୀର ଅଙ୍ଗ ପ୍ରହନର ଅଙ୍ଗ ମଧ୍ୟ ହୋଇପାରେ—(ହିନ୍ଦୀ - ଶ)]
- ୫. ଆକାଶରେ ରବିର୍ମାଗ (ହିନ୍ଦୀ - ଶ) —୫. The sun orbit
- ୬. ଆକାଶରେ ନକ୍ଷତ୍ରମାନଙ୍କ ଅବସ୍ଥିତିର ବିଶିଷ୍ଟ ଅଂଶମାନ, ଯାହା ସଡ଼କ— ପରି କଳ୍ପିତ ହୋଇଅଛି —୬. Particular portions of the sky which have been compared to roads.
[ଦ୍ରଷ୍ଟବ୍ୟ —ଯଥା ମାଗବୀଥୀ, ଗଜବୀଥୀ, ଐରାବତବୀଥୀ, ଗୋପଥୀ, ମୃଗବୀଥୀ; ଆକାଶରେ ଉତ୍ତର, ମଧ୍ୟ ଓ ଦକ୍ଷିଣରେ କ୍ରମଶଃ ଐରାବତ, କରଦ୍ଗଦ ଓ ବୈଶ୍ୱାନର, ୩ଟି ସ୍ଥାନରେ ପ୍ରତ୍ୟେକରେ ୩ଟି ଲେଖାଏଁ ବୀଥୀ କଳ୍ପିତ ହୋଇଅଛି ଅତଏବ ମୋଟ ୯ଟି ବୀଥୀରେ ୨୭:ଟି ନକ୍ଷତ୍ର କଳ୍ପି ହୋଇ ଅଛି ଅତଏବ ପ୍ରତ୍ୟେକ ବୀଥୀରେ ୩ଟି ଲେଖାଏଁ ନକ୍ଷତ୍ର ଅବସ୍ଥିତ—ହିନ୍ଦୀ - ଶ. ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯଥୂ; ଦଳ —Flock.
(ଉ—ବୀଥିର ଚିତ୍ତତଷାର୍ତ୍ତୀ ଯେତେ ସାରଙ୍ଗ, ବୀଥୀ ବୀଥୀ ହୋଇ କଲେ ନକଟେ ରଙ୍ଗ ଭଞ୍ଜ ବୈଦେହୀଶବିଳାଷ)