Jump to content

ବୀପ୍ସା

ଉଇକିଅଭିଧାନ‌ରୁ

ବୀପ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବି+ଆପ୍ ଧାତୁ=ପାଇବା; ବ୍ୟାପିବା+ଇଚ୍ଛାର୍ଥେ ସନ୍+ଭାବ. ଅ+ଅ)

[ସମ୍ପାଦନା]
୧. ଯୁଗାପତ୍ ବ୍ୟପିବାର ଇଚ୍ଛା —୧. A desire to occupy a place simultaneously.
୨. (ବ୍ୟାକରଣ) ବାକ୍ୟର ବା


ଶବ୍ଦର ପୁନଃ ପୁନଃ କର୍ଥନ —୨. Repetition of a word of sentence (e.g. emphasis).

(ଯଥା—ଦିନେ ଦିନେ, ଘରେ ଘରେ, ଯାମା, ଖାଖା, ପଟ୍ପଟ୍, ବକ୍ୱକ୍, ବିରିବିରି. କୁଟୁକୁଟୁ. ଧଡ଼ଫଡ଼. ତୁନିତାନି ଇତ୍ୟାଦି)

[ଦ୍ରଷ୍ଟବ୍ୟ —ବୀପ୍ସା ଅନେକ ଅର୍ଥରେ ଓ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଏ (୧) ଶବ୍ଦାନୁକର— ଣାର୍ଥେ, ଯଥା ମୂଷା କଟର କଟର କାଟୁଛି (୨) ବାକ୍ୟ ଅଳଙ୍କାରଣାର୍ଥେ, ଯଥା—ମୋ ଦିହ ଫିଅ ଭଲ ଅଛି ମୁଁ କଟକ ଫଟକ ଯିବା ନାହିଁ (୩): ଶ୍ରୋତାର ମନୋଯୋଗ ଆକର୍ଷଣାର୍ଥ, ଯଥା— ଯା ଯା ଏଠାରୁ ବାହାରି ଯା ନେ ନେ ଟଙ୍କାଟା ନେ (୪): ବହୁବଚନ ବୋଧନାର୍ଥ, ଯଥା—ଶହ ଶହ ଲୋକ ଜମା ଦେଉଛନ୍ତି (୫): ବ୍ୟାପାକାର୍ଥେ, ଯଥା—ଘର ଭିତରେ ଅନ୍ଧାର କଟ କଟ ଦିଶୁଛି (୬): ଇତ୍ୟାଦି ଅର୍ଥରେ. ଯଥା—ମୁଁ ଭାତ ଫାତ ଖିଆବି ନାହିଁ (୭): ଏକମାତ୍ର କ୍ରିୟା ବୋଧକ, ଯଥା—ଖବରକାଗଜରେ ମୁଁ ଆଉ ଲେଖା ଲେଖି କରିବି ନାହିଁ (୮): ଅନ୍ୟ ବ୍ୟକ୍ତିର ବିଷୟ ବା କାର୍ଯ୍ୟ ବର୍ଣ୍ଣନାଥ, ଯଥା—ସେ ମତେ ଦୂର ଦୂର, ମାର୍ ମାର୍ ତୁ ତାରେ ରା କଲା]