Jump to content

ବୀରବଲ୍

ଉଇକିଅଭିଧାନ‌ରୁ

ବୀରବଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ମୋଗଲ ସମ୍ରାଟ ଆକବରଙ୍କ ସଭାରେ ଜନୈକ ବିଦ୍ୱାନ୍ ପଣ୍ଡିତ ଓ ସେନାପତି — Name of a court poet and commander of the Moghul Emperor Ākbar.

[ଦ୍ରଷ୍ଟବ୍ୟ —ଏହାଙ୍କ ପୂର୍ବ ନାମ ମହେଶ ଦାସ, ଜନ୍ମ ସ୍ଥାନ ବୁନ୍ଦେଲ୍ ଖଣ୍ଡ ଏହାଙ୍କ କବିତ୍ୱ ଶକ୍ତିରେ ଓ ସଙ୍ଗୀତ ନୈପୁଣ୍ୟରେ ମୁଗ୍ଧ ହୋଇ ସମ୍ରାଟ ଆକବର୍ ଏହାଙ୍କୁ କବିରାୟ ଉପାଧି ଦେଇଥିଲେ ଓ ନିଜର ସଭା ପଣ୍ଡିତ କରି ଥିଲେ, ପରେ ଏହାଙ୍କୁ ରାଜା ଉପାଧି ଓ ଜାଗିର ଦେଇ ସହସ୍ର ସୈନ୍ୟଙ୍କ ଅଧିନାୟକ କରିଥିଲେ ଏହି ସମୟରେ ଏ ବୀରବଳ ନାମରେ ଆଖ୍ୟାତ ହେଲେ ବୀରବଳ ସେନାପତି ରୂପେ ବିଚକ୍ଷଣତା ସହକାରେ ରାଜକାର୍ଯ୍ୟ ନିର୍ବାହ କରୁଥିଲେ କୌଣସି ଗୁରୁତର ରାଜକାର୍ଯ୍ୟ ପଡ଼ିଲେ ଆକବର ବୀରବଳଙ୍କ ପରାମର୍ଶ ଲୋଡ଼ୁଥିଲେ ୧୫୮୫: ଖ୍ରୀଷ୍ଟାବ୍ଦରେ ବିଦ୍ରୋହୀ ଆଫଗାନଙ୍କ ବିରୁଦ୍ଧରେ କାବୁଲର ସେନାପତି ଜୈନଖାଁଙ୍କ ସାହାଯ୍ୟ କରିବା ପାଇଁ ଯେଉଁ ସୈନ୍ୟଗଣ ପ୍ରେରିତ ହୋଇଥିଲେ ବିରବଳ ତହିଁରେ ଅଧିନାୟକରୂପେ ପ୍ରେରିତ ହୋଇଥିଲେ ଓ ସେହି ଅଭିଯାନରେ ସେ ଆଫଗାନ୍ମାନଙ୍କଦ୍ୱାର ୧୫୯: ଖ୍ରୀଷ୍ଟାବ୍ଦରେ ନିହତ ହେଲେ—ସୁବଳଚନ୍ଦ୍ର]