Jump to content

ବୀରା

ଉଇକିଅଭିଧାନ‌ରୁ

ବୀରା

ଉଚ୍ଚାରଣ

[ସମ୍ପାଦନା]

(ଅବୀରା— ବିପରୀତ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରା (ବୀର୍ ଧାତୁ=ଶୌର୍ଯ୍ୟ ପ୍ରକାଶ କରିବା=କର୍ତ୍ତୃ. ଅ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ପତିପୁତ୍ରବତୀ ନାରୀ —୧. A woman having her husband living & blessed with a son or sons.
୨. (ତୁଳ ଇଂ ବୀୟର୍) ମଦିରା —୨. Wine.
୩. ମୁରା ନାମକ ଗନ୍ଧ ଦ୍ରବ୍ୟ; ମୁରାମାଂସ —୩. A medicinal scent.
୪. କ୍ଷୀରକାଙ୍କୋଲା (ଦେଖ) - —୪. Kshīrakāṅkola (See)
୫. ଆମଳକୀ —୫. Embelic myrobalan.
୬. ରମ୍ଭା; କଦଳୀ —୬. Plantain.
୭. ବିଦାରୀ; ଭୁଇଁକଖାରୁ —୭. A kind of yam.
୮. ମହୁରା; ଅତିବିଷା —୮. Aconite.
୯. ଶିଂଶପା; ଶିଶୁଗଛ —୯. Delbergia Sissu.
୧. ଏଳବାଳୁକ (ହିନ୍ଦୀ - ଶ) (ଦେଖ) - —୧୦. Eḻabāḻuka (See)
୧୧.


ଶତାବରୀ (ହିନ୍ଦୀ - ଶ) —୧୧. Asparagus Racemosa.

୧୨. ବ୍ରାହ୍ମୀ ଶାକ (ହିନ୍ଦୀ - ଶ) —୧୨. Brāhmī (See)
୧୩. ଗମ୍ଭାରୀ ଗଛ (ହିନ୍ଦୀ - ଶ) (ଦେଖ) - — ୧୩. Gambhārī (See)
୧୪. ପୃଶ୍ନିପର୍ଣ୍ଣୀ (ହିନ୍ଦୀ - ଶ) —୧୪. Pṛuṡniparṇṇī (See)
୧୫. କଟୂ—ରୋହିଣୀ; କଟୁକା (ହିନ୍ଦୀ - ଶ) —୧୫. Black hellebore.
୧୬. ଜଟାମାଂସୀ (ହିନ୍ଦୀ - ଶ) —୧୬. Indian spikenard.
୧୭. ଭୁଇଁ ଅଅଁଳା (ହିନ୍ଦୀ - ଶ) —୧୭. Phyllanthus Niruro (plant).
୧୮. ଘିକୁଆଁରୀ (ହିନ୍ଦୀ - ଶ) —୧୮. Indian Aloes.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିରା (ଦେଖ) - —୧. Birā (See)

[ଉ—ଅନ୍ତିମ କାଳରେ ନୀଳାମ୍ୱର ପିନ୍ଧି ଏକତ୍ର କରିଣ'ବୀର' ଗ୍ରହଣ— ନନ୍ଦକିଶୋର ବ୍ୟକ୍ତି]

୧. ବୀର ବଳିଷ୍ଠ ବ୍ୟକ୍ତି; ବଳବାନ ବ୍ୟକ୍ତି —୨. Hero; a mighty person.

[ ଉ—ମାରି ମଣିମାନଙ୍କୁ ଭୂରିଶ୍ରବା ବୀରା ନିଜ ରଥେ ବସିଲେ ପୃଷ୍ଠେ ମାରି ଚିରା—କୃଷ୍ଣସିଂହ. ମହାଭାରତ. ଦ୍ରୋଣ ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ବ୍ରଣ)

[ସମ୍ପାଦନା]

ବ୍ରଣ; ବଥ —Boil.