ବୁଡ଼ା(ଡ଼େ)ଇବା

ଉଇକିଅଭିଧାନ‌ରୁ

ବୁଡ଼ା(ଡ଼େ)ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବ୍ରୁଡ଼୍, ବୁଡ଼ ଧାତୁ ବୁଡ଼ିବା କ୍ରିୟାର ଣିଜନ୍ତରୂପ)[ସମ୍ପାଦନା]

୧. ଡ଼ୁବାଇବା; ଅନ୍ୟ ବ୍ୟକ୍ତିର ବା ବସ୍ତୁର ଡ଼ୁବିବାର ଉପାୟ କରିବା —୧. To cause to sink or dive.
୨. କୌଣସି ବ୍ୟକ୍ତିକୁ ବା ପଦାର୍ଥକୁ ଜଳମଗ୍ନ କରିବା; ଜଳରେ ନିମଜ୍ଜିତ କରିବା —୨. To immerse or plunge a person or thing in water.

(ଯଥା—ଶାଳଗ୍ରାମକୁ ପ୍ରତିଦିନ ମୁଁ ଜଳରେ ବୁଡ଼ାଏଁ )

୩. (ଲକ୍ଷଣାର୍ଥ) ଅନ୍ୟବ୍ୟକ୍ତିକୁ ଦେୟ ଅର୍ଥ ବା ଅନ୍ୟ ବ୍ୟକ୍ତିର ପ୍ରାପ୍ୟ ଧନକୁ ବା ପଦାର୍ଯକୁ ବହୁକାଳ ପର୍ଯ୍ୟନ୍ତ ନ ଦେବା; ମାଡ଼ି ବସିବା —୩. (figurative) To withhold payment or delivery; to deprive a person of the receipt of his due by nonpayment.

(ଯଥା— ମୋ ସ୍ୱର୍ଗୀୟ ପିତାଙ୍କ ଚାକିରି ବାବତ୍ ବାକି ଦରମାତକ ତାଙ୍କ ଅନ୍ତେ ମୁଁ ସାଆନ୍ତଙ୍କୁ ମାଗି ମାଗି ଥକିଲି, ତାକୁ ସାଆନ୍ତ ବୁଡ଼ାଇ ଦେଲେ )

୪. (ଲକ୍ଷଣାର୍ଥ) ବହୁକାଳ ପର୍ଯ୍ୟନ୍ତ, ଅର୍ଥାତ୍ ନିର୍ଦ୍ଦିଷ୍ଟ କାଳ ଅତୀତ ହେବାର ପରବର୍ତ୍ତୀକାଳ ପର୍ଯ୍ୟନ୍ତ ଅନ୍ୟ ବ୍ୟରକ୍ତି ଦେୟକୁ ନ ଦେଇ ତାହାକୁ ଆଇନ୍ ଅନୁସାରେ ଆଦାୟର ଅଯୋଗ୍ୟ କରାଇବା; ପରର ପ୍ରାପ୍ୟ ତମାଦି କରାଇବା — ୪. (figurative) To cause a person's due to be barred by Iapse of time

(ଯଥା— ତମସୁକ ବାବାତ୍ ଟଙ୍କାତକ ମୁଁ ଖାତକକୁ ମାଗି ମାଗି ଥକିଲି ସେ ୩ ବର୍ଷ କାଳ ଟାଳଟଳ କରି ଶେଷକୁ ମୋ ଟଙ୍କାତକ ବୁଡ଼ାଇ ଦେଲା )

୫. (ଲକ୍ଷଣାର୍ଥ) ବ୍ୟବସାୟରେ ଖଟା ଯାଇଥିବା ମୂଳଧନର ବିନାଶ ଘଟାଇବା; ଧନ ନଷ୍ଟ କରାଇବା —୫. (figurative) To cause the extinction or loss of capital invested in a business.
୬. (ଲକ୍ଷଣାର୍ଥ) ବିନାଶ କରିବା —୬. (figurative) To destroy; to ruin.

[ଉ—ବୁଡ଼ାଇବା ତା ସମ୍ପଦ କହି ରାଘବଙ୍କୁ ଭଞ. ବୈଦେହୀଶବିଳାସ ]

୭. (ଲକ୍ଷଣାର୍ଥ) କୈଣସି ବଂଶଗତ ବା ଦେଶ ପ୍ରଚଳିତ ପ୍ରଥାକୁ ପାଳନ ନ କରି ଲୁପ୍ତ କରାଇବା —୭. (figurative) To make a custom or practice oberving it; to discontinue a custom or long-standing practice.

(ଯଥା—ଆଜିକାଲିର ଇଂରେଜି ପାଠୁଆ ପାଠୋଈମାନେ ପୁରୁଣା—କାଳିଆ ରୀତିଯାକ ବୁଡ଼ାଇଲେଣି )

୮. (ଲକ୍ଷଣାର୍ଥ) କୁକ୍ରିୟାଦ୍ୱାରା ଆପଣାର କୁଳକୁ କଳଙ୍କିତ କରିବା; ବଂଶର ମର୍ଯ୍ୟଦାକୁ ବା ସୁନାମକୁ ଲୁପ୍ତ କରାଇବା — ୮. (figurative) To cause the loss of the prestige of one's family by doing evil acts.

(ଯଥା—ସେ ବାପଅଜାଙ୍କ ନାଆଁ ବୁଡ଼େଇଲା )

୯. (ଲକ୍ଷଣାର୍ଥ) ପରର ନାମରେ କଳଙ୍କ ବା ମିଥ୍ୟା ଅପବାଦ ରଟନା କରିବା; ଅନ୍ୟକୁ କଳଙ୍କମଗ୍ନ କରାଇବା — ୯. (figurative) To scandalise a person; to slander.
୧. (ଲକ୍ଷଣାର୍ଥ) ଅବିବାହିତ ରହି କିମ୍ୱା ବନ୍ଧ୍ୟୁତ୍ୱ ଦୋଷରୁ ସନ୍ତାନାଦି ପ୍ରଜନନ ନ କରିବାଦ୍ୱାରା, କିମ୍ୱା ବଂଶର ସନ୍ତାନମାନଙ୍କ ମୃତ୍ୟୁର କାରଣ ହେବାଦ୍ୱାରା ଆପଣାର ବଂଶର ଲୋପ ଘଟାଇବା — ୧୦. (figurative) To be the cause of the extniction of a family by remaining unmarried or on account of barrenness or killed.

(ଉ— ଘେନିଗଲା କେଉଁଆଡ଼େ ସେ ଉଡ଼ାଇ, କି କରିବି ଘର ମୁଁ ବସିଛି ବୁଡ଼ାଇ—କୃଷ୍ଣସିଂହ ମହାଭାରତ ବନ )

୧୧. (ଲକ୍ଷଣାର୍ଥ) ପରର ପରିବାର ମଧ୍ୟରେ ଅନ୍ତର୍ବିବାଦ ଉପସ୍ଥିତ କରାଇ ଉକ୍ତ ପରିବାରର ଧ୍ୱଂସ ଘଟାଇବା —୧୧. (figurative) To bring about the ruin of a family by fomenting internal dissensions in it.


୧୨. ଜଳ ପ୍ଳାବିତ କରିବା —୧୨. To overflow; to inundate.

(ଉ— ବେଙ୍ଗୁଲି ବେଙ୍ଗୁଲି ! ପାଣି ଦେ, ନଈ ବଢ଼ି ବୁଢ଼େଇ ଦେ—ଶିଶୁଗୀତ)

୧୩. (ଲକ୍ଷଣାର୍ଥ) ନିର୍ଦ୍ଦିଷ୍ଟକାଳ ମଧ୍ୟରେ ଋଣ ପରିଶୋଧ ନ କରିବାଦ୍ୱାରା ଋଣପାଇଂ ଆବଦ୍ଧ ବା ବନ୍ଧା ଦିଆ ଯାଇଥିବା ସମ୍ପତ୍ତିକୁ ମୁକୁଳାଇ ନ ପାରିବା — ୧୩. (flgurative) To cause a mortgaged or pledged peoperty to become forfeited or unredeemable by nonpayment of the loan during the specifled time-limit; to cause the foreclosure of a mortgaged property.
୧୪. (ଲକ୍ଷଣାର୍ଥ) (ଉଚ୍ଚତର ସ୍ୱର) ନିମ୍ନତର ସ୍ୱରକୁ ଅନୁଭୂତି କରାଇ ନ ଦେବା —୧୪. (figurative) (said of louder sound) To cause a feebler sound not to be distingushed; to drown a feebler sound by its loudness.

(ଯଥା—ସମୂଦ୍ର ଗର୍ଜନ ମୋ କାନ୍ଦୁଣା ସ୍ୱରକୁ ବୁଡ଼ାଇ ଦେଲା)

୧୫. (ଲକ୍ଷଣାର୍ଥ) (ଅଧିକତର କଡ଼ା ସ୍ୱାଦ ବା ଗନ୍ଧବିଶିଷ୍ଟ ବସ୍ତୁ) କୋମଳତର ସ୍ୱାଦ ବା ଗନ୍ଧବିଶିଷ୍ଟ ବସ୍ତୁର ସ୍ୱାଦକୁ ବା ଗନ୍ଧକୁ ଅନୁଭୂତ କରାଇ ନ ଦେବା — ୧୫. (figurative) (said of a thing with a stronger scent or stronger small) To drown the taste or small of a lesser thing by its stronger taste or smell.

(ଯଥା—ଏ ତିଅଣରେ ବହୁତ ଲୁଣ ପଡ଼ିବାରୁ ଲୁଣ ଏଥିରେ ମିଠାପଣକୁ ବୁ଼ଡ଼ାଇଦେଲା; ଫିନ୍ଇଲ୍ ଗନ୍ଧ ଅତର ଗନ୍ଧକୁ ବୁଡ଼ାଇଦିଏ)

୧୬. (ଲକ୍ଷଣାର୍ଥ) (ଗୁରୁତ୍ୱର ଘଟନା) ଲଘୁ— ତର ଘଟନାର ଗୁରୁତ୍ୱର ଉପଲବ୍ଧ କରାଇ ନ ଦେବା —୧୬. (figurative) (said of a more serious matter or event) To drown the seriousness or importance of a less serious matter

(ଯଥା—ତାଙ୍କର ପୁତ୍ରଶୋକ ଧନନାଶ ଦୁଃଖକୁ ବୁଡ଼ାଇ ଦେଲା)

୧୭. (ଲକ୍ଷଣାର୍ଥ) (ଉଜ୍ଜଳତର ବସ୍ତୁ) ଔଜ୍ଜଲ୍ୟଦ୍ୱାରା କମ୍ ଉଜ୍ଜ୍ୱଳ ବସ୍ତୁର ଔଜ୍ଜଲ୍ୟକୁ ଉପଲବ୍ଧି କରାଇ ନ ଦେବା —୧୭. (figurative) (said of a brighter thing) Nor to cause the colour of a less bring to be noticed by its brighter effulgence.

(ଯଥା—ଆଲକାତରା ଚନ୍ଦନକୁ ବୁଡ଼ାଇଦେଲା)

[ଦ୍ରଷ୍ଟବ୍ୟ —କୌଣସି ଉଚ୍ଚତର ବସ୍ତୁ ବା ଘଟନା ବା ଚିନ୍ତା ନିମ୍ନତର ବସ୍ତୁର, ଘଟନାର ବା ଚନ୍ତାର ବିଶିଷ୍ଟତାକୁ ଅନୁଭୂତ କରାଇ ନ ଦେଲେ ଉଚ୍ଚତର ବସ୍ତୁ ନୀଚତର ବସ୍ତୁକୁ 'ବୁଡ଼ାଇଦେଲା' ବୋଲି କୁହାଯାଏ]

୧୮. (ଲକ୍ଷଣାର୍ଥ) ବହୁପରିମାଣରେ ଜଳୀୟ ବସ୍ତୁ ବା ଧୂଳି ବା ମଇଳା ଢାଳିବା ବା ଦେହ ତମାମ ଅଜା଼ଡ଼ି ଦେବା —୧୮. (figurative) To pour any liquid or dust of filth all over one's body in a large quantity.

(ଯଥା—ହୋରି ସମୟରେ ଅବିରରେ ଓ ପିଚିକାରିରେ ଗାଁଆଁର ପିଲାମାନେ ମତେ ବୁଡ଼ାଇଦେଲେ)

୧୯. (ଲକ୍ଷଣାର୍ଥ) ବହୁପରିମାଣରେ ବା ପ୍ରଚୁରଭାବରେ ଖାଦ୍ୟାଦି ବିତରଣ କରିବା ୧୯. (figurative) To distribute or serve up any food in profusion.

(ଯଥା—ବାବୁ ଆମକୁ ତାଙ୍କ ପୁଅ ବିଭାଘର ସମୟରେ ଖିରି ପିଠାରେ ବୁ଼ଡ଼ାଇ ଦେଲେ)

୨. (ଲକ୍ଷଣାର୍ଥ) କୌଣସି ବିଷୟକୁ ଗୋପନ କରିବା; ଘୋଡ଼ାଇବା —୨୦. (figurative) To conceal; to hide; to hush up.

(ଯଥା—ନରହତ୍ୟା ଅପରାଧକୁ କେତେ ଦିନ ସରକାରଙ୍କଠାରୁ ବୁଡ଼ାଇକରି ରଖିବା ?)

୨୧. (ଲକ୍ଷଣାର୍ଥ) ମନୁଷ୍ୟକୁ ପ୍ରେମାଦିଦ୍ୱାରା ବାନ୍ଧିପକାଇବା; ପ୍ଳାବିତ କରିବା ପରି ବିଶେଷ ପ୍ରେମ ଆଦି ଦେଖାଇ ମନୁଷ୍ୟକୁ ଆପ୍ୟାୟିତ କରିବା —୨୧. (figurative) To overpower or greatly oblige a person with excessive love or fondness.
୨୨. (ଲକ୍ଷଣାର୍ଥ) ନିଜର ହୃଦୟକୁ ଅନ୍ୟ ବ୍ୟକ୍ତିଙ୍କୁ ପୂର୍ଣ୍ଣରୂପେ ସମର୍ପଣ କରିବା —୨୨. (figurative) To devote or surrender one's heart complefely to another person.

[ଉ—ଚିତ୍ତକୁ ତୁମ୍ଭଠାରେ ଦେଇଣ ବୁଡ଼ାଇ, ଦିଏଟିକି ତୁମ୍ଭର ଶତ୍ରୁକୁ ଉଡ଼ାଇ— କୃଷ୍ଣସିଂହ ମହାଭାରତ. ସଭା]

୨୩. (ଲକ୍ଷଣାର୍ଥ) କୌଣସି ବସ୍ତୁର ବା ବ୍ୟକ୍ତିର ଉତ୍ସନ୍ନଦଶା ଘଟାଇବା; ବିନାଶ ସାଧନ କରିବା —୨୩. (figurative) To cause ruin.

(ଯଥା— ୨୪: ଜଣ ମାମଲତକାର ପଶି ଏ ଗାଁଆଟାକୁ ମାମଲା ମତଦ୍ଦମାରେ ବୁଡ଼ାଇ ଦେଲେ)

୨୪. ବିଗାଡ଼ିଦେବା; ନଷ୍ଟ କରିଦେବା —୨୪. To spoil

(ଯଥା—ମୋର କେଡ଼େ ବଡ଼ ସୁଖ ତୁ ପଦେ କଥାରେ ବୁଡ଼ାଇଦେଲୁ)

୨୫. ଆଚ୍ଛାଦିତ କରିବା; ଘୋଡ଼ାଇ ପକାଇବା —୨୫. To overshadow; to cover up

(ଯଥା— ମେଘ ଚନ୍ଦ୍ରକୁ ବୁଡ଼ାଇଛି)

୨୬. ଖ୍ରୀଷ୍ଟଧର୍ମରେ ଦୀକ୍ଷିତହେବା ବ୍ୟକ୍ତିକୁ ବା ଶିଶୁକୁ ଡୁବନ କୁଣ୍ଡରେ (ପାଦ୍ରୀ) ଡୁବାଇବା —୨୬. To baptise.
୨୭. (ଲକ୍ଷଣାର୍ଥ) ଲୋପ କରିବା —୨୭. (figurative) To cause to disappar.

[ଉ—ତାହା ଦେଖି ସେହିକ୍ଷଣି ମୋର ବ୍ୟଥା ଜାତ, ହୋଇ ବୁଡ଼ାଇଣ ଦେଲା ମୋର ଧୌର୍ଯ୍ୟ ଚିତ୍ତ— କୃଷ୍ଣସିଂହ. ମହାଭାରତ. ବନ]

୨୮. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଏକାନ୍ତ ଅଭିନିବେଶ କରିବା ବା ମନୋଯୋଗୀ ହେବା —୨୮. (firutative) To decote or conventrate one's attention to a particular matter.

[ଉ—ମନ ବୁଡ଼ାଇଛନ୍ତି ଯଜ୍ଞେ, ବ୍ରାହ୍ମଣଜନର ସ୍ୱଭାବେ—ଜଗନ୍ନାଥ ଭାଗବତ]


୨୯. (କୃଳ ଆଦି) ଲଙ୍ଘନ କରିବା — ୨୯. To overflow.

[ଉ—ବଶ ଘନରସରେ ଅତି ବୁଡ଼ାଇ କୂଳ ସଦା ଗତି—ଭଞ୍ଜ ବୈଦେହୀଶବିଳାସ]

୩. (ଲକ୍ଷଣାର୍ଥ) (ସନ୍ଧ୍ୟାକାଳ ବା ବେଳକୁ) ଅତୀତ କରାଇବା; ବିତାଇବା; ଅତିବାହିତ କରିବା — ୩୦. (fugurative) To cause (the eveing time to pass

(ଯଥା—ସେ ବେଳ ବୁଡ଼ାଇ ଘରେ ଆସି ପହଞ୍ଚିଲା)

୩୧. (ଲକ୍ଷଣାର୍ଥ) ଆପଣା ହାତରେ ଅନ୍ୟଦ୍ୱାରା ପ୍ରେରିତ ସମ୍ୱାଦକୁ ଅଭିପ୍ରେତ ସ୍ଥାନରେ ବା ବ୍ୟକ୍ତିଙ୍କଠାରେ ନ ପହଞ୍ଚାଇବା —୩୧. To withhold the delivery of a message sent through one's self.

[ଦ୍ରଷ୍ଟବ୍ୟ —ଇଂରାଜିରେ To drown କ୍ରିୟା ଓଡ଼ିଆ ବୁଡ଼ାଇବା କ୍ରିୟା ପରି ମୌଳିକାର୍ଥରେ ଓ ଲକ୍ଷଣାର୍ଥରେ ନାନା ସ୍ଥଳରେ ବ୍ୟବହୃତ ହୁଏ ବୁଡ଼ାଇବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା ଆଦି କ୍ରିୟାର ଅସମାପିକାରୂପ ସହଚରରୂପେ ଯୁକ୍ତ ହୋଇ 'ବୁଡ଼ାଇବା' କ୍ରିୟାର୍ଥ ଉପରେ ଜୋର୍ (emphasis) ଦିଏ ଯଥା—ବୁଡ଼ାଇ ଦେବା; ବୁଡ଼ାଇପକାଇବା]