ବୁଣା
ଦେଖଣା
ବୁଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପବନ, ବୟନ)
[ସମ୍ପାଦନା]- ୧. କ୍ଷେତ୍ରରେ ଧାନ ଆଦିର ମଞ୍ଜି ବୁଣିବା କ୍ରିୟା —୧. The act of sowing seeds in a field.
ଅନୁବାଦ
[ସମ୍ପାଦନା]ବୁଣା
|
- ୨. ଲୁଗା ଆଦି ବୁଣିବା କ୍ରିୟା —୨. The act of weaving cloth.
ଅନୁବାଦ
[ସମ୍ପାଦନା]- ୩. ଘର ଚାଳର ରୁଅ ଉପରେ ବତା ପକାଇ ଉକ୍ତ ବତାକୁ ରୂଅ ସଙ୍ଗେ ବେତ ବା ସୁତୁଲି ଦଉଡ଼ିଦ୍ୱାରା ବାନ୍ଧିବା କର୍ମ — ୩. The act of tying by means of fibrous strips of cane the layer of split bamboos to the rafters of thatched house.
ଅନୁବାଦ
[ସମ୍ପାଦନା]- ୪. ଚଉକି ଆଦିରେ ବେତ ବୁଣିବା କର୍ମ —୪. The act of interlacing a chair with strips of cane.
ଅନୁବାଦ
[ସମ୍ପାଦନା]- ୫. ବିକ୍ଷେପଣ; ବିଞ୍ଚି ଦେବା —୫. The act of scattering .
ଅନୁବାଦ
[ସମ୍ପାଦନା]- ୬. ଉଲ୍ ବୁଣିବା; କମ୍ପଟର୍ ବା ମୋଜା ଆଦିକୁ ଛୁଞ୍ଚି ଓ ଉଲ୍ ସାହାର୍ଯ୍ୟରେ ବୁଣିବା — ୬. Knitting .
[ଦ୍ରଷ୍ଟବ୍ୟ —ଯେଉଁ ଉପାଦନଦ୍ୱାରା ବୁଣିବା କ୍ରିୟା କରାଯାଏ ତା ପ୍ରତି 'ବୁଣିବା' ଏବଂ ଉକ୍ତରୂପ 'ବୁଣିବା' କ୍ରିୟାଦ୍ୱାରା ଯେଉଁ ବସ୍ତୁ ଉତ୍ପନ୍ନ ହୁଏ ତା ତି ମଧ୍ୟ 'ବୁଣିବା' କ୍ରିୟା ପ୍ରୟୋଗ କରାଯାଏ
ଯଥା—ଉଲ୍ ବୁଣିବା ଓ ଉଲ୍ରେ କମ୍ପଟ୍ ବୁଣିବା, ଧାନ ବୁଣିବା ଓ ବିଲରେ ଧାନ ବୁଣିବା, ବେତ ବୁଣିବା ଓ ବେତରେ ଚଉକି ବିଣିବା, ବାଉଁଶ ବୁଣିବା ଓ ବାଉଁଶରେ ଟୋକେଇ ବୁଣିବା ଆଦି ପ୍ରୟୋଗ ହୁଏ ]
- ୭. ନୀଚ ଜାତୀୟ ତନ୍ତୀବିଶେଷ —୭. A class of low caste weavers.
ଅନୁବାଦ
[ସମ୍ପାଦନା]ବୁଣା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ବେତବୁଣା ଖଟ, ଦଉଡ଼ିବୁଣା ଖଟିଆ) କୋଣସି ସୂତ୍ର ବା ତନ୍ତୁଦ୍ୱାରା ବୟନ କରାଯାଇଥିବା — ୧. woven with certain fibrous materials.
- ୨. (ବୀଜ) ବପନ କରାଯାଇଥିବା —୨. Sown.
ଅନୁବାଦ
[ସମ୍ପାଦନା]ବୁଣା
|
- ୩. (ବସ୍ତ୍ର) ବୟନ କରାଯାଇଥିବା —୩. Woven.
- ୪. (ଘରର ଚାଳରେ ବତା) ରୁଅ ସଙ୍ଗେ ବେତ ଗଣ୍ଠିଦ୍ୱାରା ବନ୍ଧା ହୋଇଥିବା —୪. Interlaced in to wicker work.
ଅନୁବାଦ
[ସମ୍ପାଦନା]ବୁଣା
|
- ୫. ତଳେ ବିଞ୍ଚା ହୋଇଥିବା —୫. Strewn; scattered.
- ୬. (ମୋଜା, କମ୍ପଟର୍) ଉଲ୍ରେ ଛୁଞ୍ଚି ସାହାଯ୍ୟରେ ବୁଣା ଯାଇଥିବା —୬. Knitted.