ବୁହା
ଦେଖଣା
ବୁହା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବହ୍ ଧାତୁ; ବହନ)
[ସମ୍ପାଦନା]- ୧. ବୁହାଇବା କ୍ରିୟା; ବହନ (ଯଥା—ବୋଝ ବୁହା) —୧. Act of carrying.
- ୨. ପାଣି ଆଦିକୁ ଜଳାଶୟରୁ ଉପରକୁ ଉଠାଇବା — ୨. Act of lifting or baling out (water)
(ଯଥା—ମରୁଡ଼ି ବେଳେ ଦିନ ରାତି ଧାନ କିଆରିକୁ ପାଣି ବୁହା ଲାଗେ)
- ୩. ବାହକ ବ୍ୟ୍ୟକ୍ତି —୩. Carrier.
(ଯଥା—ସବାରି ବୁହା)
- ୪. ବହି ନେବା; କୌଣସି ବ୍ୟ୍ୟକ୍ତିଠାରୁ ବହୁ ପରିମାଣରେ ନେଇଯିବା —୪. The act of taking away; carrying away in a great quantity.
(ଉ—ରାଜଧର୍ମ ହେଲା ପ୍ରଜାଧନ ବୁହା ରାଧାନାଥ. ଦରବାର)
ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ଲାଗେ)
[ସମ୍ପାଦନା]- ୧. ବହନକାରୀ —୧. Carrying.
(ପାଣି ବୁହା ଗଉଡ଼)
- ୨. ଯାହା ପ୍ରବାହିତ କରେ; ପ୍ରବାହ ଉତ୍ପନ୍ନକାରୀ —୨. Causing a flow or current.
(ଯଥ—ରତ ବୁହା ମାଡ଼)
- ୩. ପ୍ରବାହ ଉତ୍ପାଦିତ ହେବାର ଫଳ ରୂପେ ପ୍ରାପ୍ତ ବା ଉତ୍ପନ୍ନ —୩. Resulting from a flow or current.
(ଯଥା— ଝାଳ ବୁହା ଧନ)
- ୪. ପ୍ରବାହିତ; ଯାହା ବହି ଯାଉଛି;
ସ୍ରୋତସ୍ଫାନ୍ —୪. Flowing; having a current.
(ଯଥା—ବୁହା ନଈ)
- ୫. ବାହିତ; ଉତ୍ତୋଳିତ (ଜଳ) — ୫. Lifted up (water).
(ଯଥା—ବୁହା ପାଣିରେ ଖେତ ବଞ୍ଚିଛି)
ପ୍ରାଦେଶିକ - (ଗଡ଼ଜାତ, ପୁରୀ, କଟକ) ବିଶେଷ୍ୟ - (ସଂସ୍କୃତ - ବହୁ)
[ସମ୍ପାଦନା]- ୧. କାମର ଏକ ହପ୍ପା —୧. A single course in a work; heat.
(ଯଥା—ସବୁ ଲୋକ ମିଳି ଗୋଟେ ବୁହା ମାରି ଦେଲେ ଏ କାମ ସରିଯିବ)
- ୨. ଗାଳି ଆଦିର ଏ ପ୍ରଚଣ୍ଡ ବେଗ —୨. Paroxysm; vehemence; fit of passion.